ପୂଜା ମଣ୍ଡପ ବୁଲି ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ଭିକ୍ଷା କଲେ ବିଧାୟକ

ଆଠମଲ୍ଲିକ,୧୧/୧୦ ଗଜଲକ୍ଷ୍ମୀ ଙ୍କ ପୂଜା ବହୁ ଆଡମ୍ବରରେ ଚାଲିଥିବା ବେଳେ ବିଧାୟକ ନଳିନୀ କାନ୍ତ ପ୍ରଧାନ ଆଜି ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି I ଆଜି ବିଧାୟକ ନଳିନୀ କାନ୍ତ ପ୍ରଧାନ ଠାକୁରଗଡ଼ ବଜାର ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ମାଆଙ୍କ ଦର୍ଶନ କରିଥିଲେ I ଏହି ଅବସରରେ ବିଧାୟକ ନଳିନୀ ଙ୍କ ସହିତ, ବ୍ଲକ୍ ବିଜେଡି ସଭାପତି ମହେଶ୍ୱର ସାହୁ ,ସରପଞ୍ଚ ଙ୍କ ପ୍ରତନିଧି ସୋରଭ ମିଷ୍ର,ବଜାର କମିଟି ସଭାପତି ଭଗବାନ ସାହୁ, ପଣବନ୍ଧୁ ସାହୁ,ବୀରବର ପ୍ରଧାନ, ସନ୍ତୋଷ ବିଶ୍ଵାଳ, ଶ୍ରତ୍ରୁଗ୍ନ ସାହୁ, ସମେତ ବଜାର କମିଟି ବହୁ ମେମ୍ବର ଉପସ୍ଥିତ ଥିଲେ I ବିଧାୟକ ଶ୍ରୀ ସ୍ୱାଇଁ ଗ୍ରାମର ମଙ୍ଗଳ କାମନା କରିବା ସହିତ ଉପସ୍ଥିତ ଜନ ସାଧରଣଙ୍କ ସହିତ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ I ଏହାସହିତ ସେ ଆଠମଲ୍ଲିକ ବ୍ଳକ୍ ର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ପୂଜାମଣ୍ଡପ ରେ ମଧ୍ୟ ମାଆ ଗଜଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ I

Leave a Reply

Your email address will not be published. Required fields are marked *