OSRTC ବସ୍‌ ଗାଡିଆପଡା ଘାଟିରେ ଦୁର୍ଘଟଣାଗ୍ରସ୍ତ: କଣ୍ଡକ୍ଟର ମୃତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଫୁଲବାଣୀ:ନିପ୍ର:-୧୧।୧୦ ଲାଞ୍ଜିଗଡ଼ରୁ କଟକ ଯାତ୍ରା କରୁଥିବା ଯାତ୍ରୀବାହୀ ଓଆରଏସଟିସି ବସ୍‌ ଗାଡିଆପଡା ଘାଟିର ଏସ ବୁଲାନିରେ ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କଣ୍ଡକ୍ଟର ସୌମ୍ୟ ରଞ୍ଜନ ଦାସ(୨୪)ମୃତ ହୋଇଥିବା ବେଳେ ବସ ଚାଳକ ଟୁଟୁ ପ୍ରଧାନ (୩୫) ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ୫ ଜଣ ଯାତ୍ରୀ ଗୁରୁତର ଏବଂ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ସମେତ ପୋଲିସ ବାହିନୀ ପହଞ୍ଚି ଆହତ ଏବଂ ଗୁରୁତରକୁ ଉଦ୍ଧାର କରି ମେଡିକାଲ ଭର୍ତ୍ତି କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲାଞ୍ଜିଗଡରୁ କଟକ ଯାଉଥିବା ଓଆରଏସଟିସି ଯାତ୍ରୀବାହୀ ବସ୍‌ ନଂ OD05G0553 ଶୁକ୍ରବାର ମଧ୍ୟରାତ୍ରି ସମୟରେ ଖଜୁରୀପଡା ଥାନା ନିକଟସ୍ଥ ଗାଡିଆପଡା ଘାଟିର ଏସ ବୁଲାନିରେ ବ୍ରେକ ଫେଲ ହେବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଫଳରେ ବସ ଗାଡିର ଦ୍ୱାର ଖୋଲା ଥିବାରୁ କଣ୍ଡକ୍ଟର ସୌମ୍ୟରଞ୍ଜନ ଦାସ ଛିଟିକି ପଡ଼ି ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା l କିନ୍ତୁ ପୋଲିସ ପକ୍ଷରୁ ନିକଟସ୍ଥ ଖଜୁରୀପଡ଼ା ଗୋଷ୍ଠି ସ୍ୱାସ୍ତ୍ୟକେନ୍ଦ୍ରକୁ ନିଆଁ ଯାଇଥିଲା ସେଠାରେ ଡାକ୍ତର କଣ୍ଡକ୍ଟର ସୌମ୍ୟରଞ୍ଜନ ଦାସଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣଙ୍କ ହେଲେ ଢେଙ୍କାନାଳ ଜିଲା କହ୍ନେଇପାଳ ଗ୍ରାମର ବୋଲି ଜଣାପଡ଼ିଛି । ଶନିବାର ସୌମ୍ୟର ମାମୁ ଅଲେଖ ପ୍ରସାଦ ଦାସ ଥାନାରେ ଏତଲା ଦେଇଛନ୍ତି। ଏ ନେଇ ଥାନାରେ ୨୩୦/୨୫ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି l ପ୍ରକାଶ ଥାଉକି ଏହି ଗାଡ଼ିଆ ପଡ଼ା ଘାଟି ରାସ୍ତା ଇଂଗ୍ରେଜ ଅମଳର ଘାଟି ରାସ୍ତା ଏହାର ଅଧିକ ଗଡା଼ଣି ଓ ବୁଲାଣି ରହିଛି l ଅନେକ ସମୟରେ ଗାଡ଼ି ଗୁଡ଼ିକର ବ୍ରେକ କାମ କରୁନାହିଁ l ଏଠାରେ ଆଜି ନୁହେଁ ବର୍ଷ ତମାମ ଦୁର୍ଘଟଣା ଘଟୁଛି ଏକ ସପ୍ତାହ ମଧ୍ୟ ଯାଉନାହିଁ ଯେ କୌଣସି ଗାଡ଼ିରେ ଦୁର୍ଘଟଣା ହେଉଛି l ଦୁଃଖର କଥା ଯେ ନେତା,ମନ୍ତ୍ରୀ, କମିଶନର ଜିଲ୍ଲା ପ୍ରଶାସନ ସମସ୍ତେ ଜାଣୁଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର କରିବାକୁ କୌଣସି ଉଚ୍ଚ ସ୍ତରୀୟ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି l ଫଳରେ ଶତାଧିକ ମୁଣ୍ଡ ନେଇ ସାରିଲଣି ଏହି ଘାଟି ରାସ୍ତା l ତେଣୁ ଏହାର ସ୍ଥାୟୀ ପ୍ରତିକାର କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି କରାଯାଉଛି l ନଚେତ ଏମିତି ଅନେକ ଦୁର୍ଘଟଣା ଘାଟି ଚାଲିଥିବ ଓ ମୁଣ୍ଡ ପରେ ମୁଣ୍ଡ ନେଉଥିବ ଓ ମଣିଷ ରକ୍ତ ଖାଉଥିବ ଏହି ଘାଟିରାସ୍ତା ବୋଲି ମତାମତରୁ ପ୍ରକାଶ ପାଉଛି l

Leave a Reply

Your email address will not be published. Required fields are marked *