ବାଲିଘାଟ ଜାଗେଶ୍ୱରି ଛକ ସ୍ଥିତ ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୧୮ ତମ ମା ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବର
ପୁରୀ ବାଲିଘାଟ ଜାଗେଶ୍ୱରି ଛକ ସ୍ଥିତ ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୧୮ ତମ ମା ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମର ଆଜି ଦ୍ଵିତୀୟ ଦିନରେ ଆକର୍ଷଣ ସାଜିଛି ନାଭିଆ ଜେଟି ଓ ତାଙ୍କ ଗ୍ରୁପ ସଦସ୍ୟଙ୍କ ମନ୍ତ୍ର ମୁଗ୍ଧ ସଂଗୀତ ଫସିଗଲା ଅଭିମନ୍ୟୁ ଚକ୍ରଭିୟୁ ରେ ଓ ସଙ୍ଗିନୀ ରେ ରାସ ରଙ୍ଗିନୀରେ ଗୀତ ରେ ଝୁମିଥିଲେ ଦର୍ଶକ | ଆଜିର କାର୍ଯ୍ୟକ୍ରମର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୁପେ ପିପିଲି ବିଧାୟକ ଶ୍ରୀ ଯୁକ୍ତ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ, ପୂର୍ବତନ ପୁରୀ ବିଧାୟକଶ୍ରୀ ଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଜେପି କର୍ମୀ ରବି ଦାସ, ବିଜେପି ର ଜିଲ୍ଲା ଯୁବ ମୋର୍ଚା ର ସଭାପତି ଜୟନ୍ତ ଦାସ,ବିଜେପି ଜିଲ୍ଲା ଯୁବ ମୋର୍ଚା ର ସମ୍ପାଦକ ସଂଗ୍ରାମ ପରିଡା | ପୂର୍ବତନ ସାଧାରଣ ସମ୍ପାଦକ ସହରାଞ୍ଚଳ ସଂଗ୍ରାମ କାନୁନଗୋ | ପୂର୍ବତନ ପୌର ସଦସ୍ୟ ବାବୁଲା ପ୍ରସାଦ ଜିଲ୍ଲା ସାଧାରଣ ସମ୍ପାଦକ ଉମାକାନ୍ତ ନାୟକ, ବିଜେପି ସଦସ୍ୟ ସର୍ବେଶ୍ୱର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବିଭୂତି ଭୂଷଣ ସେଠୀ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଭାଗିରଥି ପ୍ରଧାନ, ଉପ ସଭାପତି ସୁନିଲ ମହାରଣା,ସମ୍ପାଦକ ସୁଜିତ୍ ସାହୁ,ଅଶୋକ କୁମାର ସୁବୁଦ୍ଧି, ସଞ୍ଜିତ୍ କୁମାର ସାହୁ,ହିମାଂଶୁ ମୁଦୁଲି,ଭିକାରୀ ସାହୁ,ରଞ୍ଜନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
