ଭଦ୍ରକ ରେଲୱେ ଷ୍ଟେସନ ଠାରେ ପୁରୁଣା ବଜାର ଶିଶୁ ବିଦ୍ୟାମନ୍ଦିର ର ଛାତ୍ରୀ ସୁପ୍ରଭା ପରିଡ଼ା ଙ୍କୁ ସମ୍ବର୍ଦ୍ଧନା

Date:- 11/10/2025Place:- bhadrak:- ବିଦ୍ୟା ଭାରତୀ,ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଦ୍ଵାରା କ୍ଷେତ୍ରୀୟ ଗଣିତ ବିଜ୍ଞାନ ମେଳା ପୂର୍ବ କ୍ଷେତ୍ର ,(ପୂର୍ବ ବଙ୍ଗ,ଦକ୍ଷିଣ ବଙ୍ଗ,ଆଣ୍ଡମାନ, ସିକିମ୍,ଓଡ଼ିଶା)ଦ୍ଵାରା ଦକ୍ଷିଣ ବଙ୍ଗସ୍ଥ କାସିମ୍ ବଜାରରେ ଥିବା ସରସ୍ଵତୀ ଶିଶୁ ମନ୍ଦିର ଓ ଶାରଦା ବିଦ୍ୟା ମନ୍ଦିରରେ ଆୟୋଜିତ ବିଜ୍ଞାନ ମେଳାରେ ଓଡ଼ିଶାର ଗରଦପୁରସ୍ଥ ପୁରୁଣା ବଜାର ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସୁପ୍ରଭା ପରିଡ଼ା ବିଜ୍ଞାନ ପ୍ରୟୋଗରେ ପୂର୍ବ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରି ସର୍ବ ଭାରତୀୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ନିଜ ଶିଶୁ ବିଦ୍ୟା ମନ୍ଦିରର ଶ୍ରୀ ବୃଦ୍ଧି କରି ମହିମା ମଣ୍ଡିତ କରିବା ସହିତ ଭଦ୍ରକ ଜିଲ୍ଲା,ଶିକ୍ଷା ବିକାଶ ସମିତି, ଓଡିଶା,ସମ୍ଭାଗ, ସର୍ବୋପରି ପୂର୍ବ କ୍ଷେତ୍ରରେ ଓଡିଶାକୁ ଗୌରବାନିତ୍ଵ କରିଥିବାରୁଆମେ ସମସ୍ତେ ଗର୍ବିତ । ଅଖିଳ ବ୍ରହ୍ମାଣ୍ଡ ନାୟକ । ଘଟଣା ରୁ ଜଣାପଡିଛି ଭଦ୍ରକ ପୁରୁଣା ବଜାର ଶିଶୁ ବିଦ୍ୟାମନ୍ଦିର ର କିଛି ଦିନ ତଳେ ମେଟ୍ରିକ୍ ପରୀକ୍ଷା ରେ ଭଦ୍ରକ ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଓଡିଶା ରେ ୭ ମ ସ୍ଥାନ ଅଧିକାର କରିଥିଲା। ଭଦ୍ରକ ର ପୁରୁଣା ବଜାର ଶିଶୁ ବିଦ୍ୟାମନ୍ଦିର ଗୁରୁଜୀ ଗୁରୁମା ପ୍ରଧାନ ଆଚାର୍ଯ୍ୟ ସମସ୍ତ ସଦସ୍ୟ ବହୁ ପରିଶ୍ରମ ରେ ଆଜି ଭଦ୍ରକ ର ପୁରୁଣା ବଜାର ଶିଶୁ ବିଦ୍ୟାମନ୍ଦିର ଶୀର୍ଷକ ରେ ପହଞ୍ଚି ପାରିଛି।

Leave a Reply

Your email address will not be published. Required fields are marked *