ଚଳିତ ବର୍ଷ ପଲସ ପୋଲିଓ ୨୦୨୫ ଆରମ୍ଭ ହୋଇଛି
ଚଳିତ ବର୍ଷ ପଲସ ପୋଲିଓ ୨୦୨୫ ଆରମ୍ଭ ହୋଇଛି।
ଏହି ପଲସ ପୋଲିଓ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ,ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ,ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ଆୟୁଷମାନ ଆରୋଗ୍ୟ ମନ୍ଦିର,ଜିଲ୍ଲାର ନିର୍ଦ୍ଧିଷ୍ଟ ସମସ୍ତ ବିଦ୍ୟାଳୟ ତଥା ଅଙ୍ଗନବାଡି କେନ୍ଦ୍ର ,ରେ ୧୨ଅକ୍ଟୋବର ରୁ ଆରମ୍ଭ ହୋଇ ୧୪ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ। ୫୬ଟି ଟ୍ରାନଜିଟ ପଏଣ୍ଟ ଚିହ୍ନଟ କରାଯାଇ ୨୪ଟି ମୋବାଇଲ ଟିମ ନିୟୋଜିତ କରାଯାଇଛି।ଜନ୍ମିତ ଶିଶୁରୁ ୫ବର୍ଷ ପର୍ଯ୍ୟନ୍ତ ମୋଟ ୧,୮୬,୮୫୯ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାର କାର୍ଯ୍ୟକ୍ରମ ରହିଛି।ଏଥିସହିତ ୩,୮୫,୬୮୫ଟି ଗୃହ ପରିଦର୍ଶନ କରାଯାଇ ସମସ୍ତ ଶିଶୁଙ୍କୁ ମଧ୍ୟ ଚିହ୍ନଟ କରାଯାଇ ପୋଲିଓ ବୁନ୍ଦା ଦିଆଯାଇଛି।ଏହି କାର୍ଯ୍ୟକ୍ରମ ରେ ପ୍ରଥମ ଦିବସରେ ୭୬୬ ଟି ପୋଲିଓ ବୁଥ ରେ ଟୀକାକରଣ କାର୍ଯ୍ୟକ୍ରମ ଚାଲୁ ରହିବ ଏବଂ ପରବର୍ତ୍ତୀ ଦୁଇଦିନରେ ଜିଲ୍ଲା ର ସମସ୍ତ ଗୃହ ପରିଦର୍ଶନ କରାଯାଇ ତ୍ୱରାନ୍ୱିତ କରାଯିବ ।ସମସ୍ତ ଙ୍କ ସହ କାର୍ଯ୍ୟକ୍ରମ ଟି କିପରି ସଫଳ କରାଯିବ ସେଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଅକ୍ଷୟ କୁମାର ଶତପଥୀ ଆହ୍ୱାନ ଦେଇଛନ୍ତି।
