କଙ୍କରଦିଆ ଗ୍ରାମରେ ଦୁଇ ଓଏଏସ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧ୍ବନା
କଙ୍କରଦିଆ ଗ୍ରାମରେ ଦୁଇ ଓଏଏସ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧ୍ବନା
ଏରସମା ୧୨/୧୦ ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ କଙ୍କରଦିଆ ଗ୍ରାମରେ ଆଜି ଗ୍ରାମ,ଓ ପ୍ରାଥମିକ ବିଦ୍ୟାଳୟ ଓ ମହାଲକ୍ଷ୍ମୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଏରସମା ବ୍ଲକ ର ଓଡିଶା ପ୍ରଶାସନିକ ସେବା ପରିକ୍ଷାରେ କୃତକାର୍ଯ୍ୟ ହେଇଥିବା ବାମଦେଇପୁର ପଞ୍ଚାୟତ କଙ୍କରଦିଆ ଗ୍ରାମର ଝିଅ ଶ୍ରୁଶୀ ଶୁଭଦର୍ଶିନି ରାଉତରାୟ ଓ ବାଲିତୁଠ ପଞ୍ଚାୟତ ବଡଗବପୁର ଗ୍ରାମର ପୁଅ ଶ୍ରୀ ଶ୍ରୀନିବାସ ଦାସ ଉଭୟ ନିଜ ଗାଁ ତଥା ଅଞ୍ଚଳ ପାଇଁ ଗର୍ବ ଆଣିଥିବା ଦୁଇ ପ୍ରତିଭା ଙ୍କୁ ଆଜି କଙ୍କରଦିଆ ଗ୍ରାମରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧ୍ବନା ଦିଆଯାଇଛି।ଉଭୟ ଦୁଇ ଜଣଙ୍କୁ ଦୁଇ ସ୍କୁଲର ଛାତ୍ରଛାତ୍ରୀ ଓ ଗ୍ରାମର ଯୁବକ ଙ୍କ ଦ୍ୱାରା ବାଜା ବଜାଇ ବାଣ ଫୁଟାଇ ଗ୍ରାମ ପରିକ୍ରମା କରି ସଭା ସ୍ଥଳରେ ପହଁଞ୍ଚାଇଥିଲେ।ଆୟୋଜିତ ସଭାରେ ଅତିଥି ମାନଙ୍କ ପାଇଁ ସ୍ୱାଗତ ଭାଷଣ ରଖଥିଲେ ମହାଲକ୍ଷ୍ମୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଭୟ କୁମାର ପରିଡା ରଖିଥିବା ବେଳେ ସଭାରେ ପୂର୍ବତନ ସରପଞ୍ଚ ଗୋପିନାଥ ସାମନ୍ତରାୟଙ୍କ ସଭାପତି ତ୍ୱରେ ମୁଖ୍ୟ ଅତିଥିଭାବେ କଙ୍କରଦିଆ ଗ୍ରାମର ବୈଜେଷ୍ଠ ମୁରବି ଧୂର୍ବ ଚରଣ ମହାନ୍ତି, ଶିବ ଚରଣ ସାମନ୍ତରାୟ, କୁଞ୍ଜବିହାରି ରାଉତ।ମୁଖ୍ୟ ବ୍ୟକ୍ତା ଭାବେ ବିଜୟଚାନ୍ଦପୁର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ କୁମାର ମହାପାତ୍ର ଥିବା ବେଳେ ସମ୍ମାନିତ ଅତିଥି ଭାବେ ବାମଦେଇପୁର ପଞ୍ଚାୟତ ସରପଞ୍ଚ ବୈଜୟନ୍ତୀ ମହାନ୍ତି,ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ସମିତିସଭ୍ୟ ବିକ୍ରମ ମହାପାତ୍ର,ବାମଦେଇପୁର ପୂର୍ବତନ ସରପଞ୍ଚ ପ୍ରଦାୟନି ମହାନ୍ତି,କଙ୍କରଦିଆ ପ୍ରାଥମିକ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଖୁଲଣା ସୁନ୍ଦରୀ ଦେଇ,ଅବସର ପ୍ରାପ୍ତ ଶିକ୍ଷକ ନଗେନ୍ଦ୍ର ନାଥ ସ୍ୱାଇଁ,କେନ୍ଦୁଳାଇ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସିଚ୍ଚିଦାନନ୍ଦ ପରିଡା ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପ୍ରଧାନ, ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସୁଧିର ସାମନ୍ତରାୟ,ନାଏବ ସରପଞ୍ଚ କାଳନ୍ଦୀ ସ୍ୱାଇଁ,ମହାଲକ୍ଷ୍ମୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଅଧ୍ୟକ୍ଷ କିଶୋର ବେହେରା,ଯୋଗ ଦେଇ ଦୁଇ ଓଏଏସ ଶୁଭଦର୍ଶିନୀ ରାଉତରାୟ ଓ ଶ୍ରୀନିବାସ ଦାସଙ୍କୁ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ ସହିତ ଗ୍ରାମର ମରବି ଧୃର୍ବ ଚରଣ ମହାନ୍ତି, ଶିବଚରଣ ସାମନ୍ତରାୟଙ୍କୁ ମଞ୍ଚରେ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଥିଲା ଅତିର ସେଇ ପୁରାଣ ସ୍ମୃତି ସବୁ ଗାଁର ମନେ ପକାଇ ମୁରବିମାନଙ୍କୁ ପ୍ରଂଶସା କରିଥିଲେ ଏବଂଏ ମାଟି ପାଇଁ ଅଞ୍ଚଳର ପାଇଁ ଗର୍ବ ଗୌରବ ଆଣିଥିବା ଦୁଇ ଓଏଏସ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଉଭୟ ଓଡିଶା ପ୍ରଶାସନିକ ସେବା ପରିକ୍ଷାରେ ଉତ୍ତୀର୍ଣ୍ଣ ହେଇଥିବା ମୋଧାବୀ ଛାତ୍ର ଛାତ୍ରଛାତ୍ରୀ କିପରି ତାଙ୍କ ସ୍କୁଲ ଜୀବନରୁ ପରିବାର ଅଭାବ ସତ୍ତ୍ଵେ କିପରି ପାଠ ପଢା ପ୍ରତି ସଂଘର୍ଷ କରି ନିଜର ଜୀବନର ଲକ୍ଷ୍ୟ ସ୍ଥଲରେ ପହଞ୍ଚିଥିଲେ ସେ ସମ୍ପର୍କରେ ନିଜ ନିଜର ବ୍ୟକ୍ତବ୍ୟ ରଖିବା ସହିତ ପିଲାମାନଙ୍କୁ ଭଲ ପାଠ ପଢିବା ସହିତ ନିଜ ଗୁରୁଜନଙ୍କ କଥା ମାନି କଠିନ ପରିଶ୍ରମ କଲେ ସମସ୍ତେ ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବେଲି ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ।ପରିଶେଷରେ ଦୁଇ ଜଣକ ଶୁଭକାମନା କରି କଙ୍କରଦିଆ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ରବିନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଭାରେ କଙ୍କରଦିଆ ଗ୍ରାମର ଯୁବକ ମୁରବି ମହିଳା ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଦୁଇ ଜଣ ଓଏଏସ ଙ୍କୁ ଉତ୍ସାହିତ କରିଥିଲେ।
