ନୟାଗଡ଼ ଜିଲ୍ଲା ମାନବ ଅଧିକାର ରକ୍ଷକ ତରଫରୁ ଏକ ଜିଲ୍ଲା ଓ ବ୍ଲକ ସ୍ତରୀୟ ଆୟୋଜନ ଜିଲ୍ଲା ମୁଖ୍ୟାଳୟରେ କରାଯାଇଥିଲା
ନୟାଗଡ଼ ଜିଲ୍ଲା ମାନବ ଅଧିକାର ରକ୍ଷକ ତରଫରୁ ଏକ ଜିଲ୍ଲା ଓ ବ୍ଲକ ସ୍ତରୀୟ ଆୟୋଜନ ଜିଲ୍ଲା ମୁଖ୍ୟାଳୟରେ କରାଯାଇଥିଲା lଏଥିରେ ରାଜ୍ଯ ମୁଖ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମୀନକେତନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଜିଲାର ସରକାରୀ ବେସରକାରୀ ଓ ବିଭିନ୍ନ ସ୍ତରରେ ଅବହେଳିତ ହୋଇଥିବା ଅସହାୟ,ନିରୀହ,ସରଳ,ନିଷ୍ପେସିତ ପୀଡିତ ଲୋକମାନେ ନିଜର ନ୍ୟାୟ ପାଇଁ ଦୀର୍ଘଦିନ ଧରି ଲଢେଇ ଜାରି ରଖି ମଧ୍ଯ କୌଣସି ସୁଫଳ ନପାଇ ବୟସର ଅପରାହ୍ନରେ ଜୀବନ ଅତିବାହିତ କରୁଛନ୍ତି l ସେମାନଙ୍କୁ କିଭଳି ମାନବ ଅଧିକାର ରକ୍ଷକ ଜରିଆରେ ନ୍ୟାୟ ମିଳିପାରିବ ସେ ବିଷୟରେ ଜିଲାର ବିଭିନ୍ନ ପଦବୀରେ ଥିବା କର୍ମଚାରୀଙ୍କୁ ଉଦବୋଧନ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ l ସଭାରେ ଜିଲା ସଭାପତି ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଦାସ,ଉପସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଦାସ,ପ୍ରଦୀପ କୁମାର ଜେନା ଓ ପୂର୍ଣ୍ଣ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ l
