ମାନ୍ୟବର ସୁପ୍ରିମ କୋଟ ଙ୍କ ବାଣଫୁଟାକୁ ନାପସନ୍ଦ। ବାଣ ଗୋଦାମକୁ ନେଇ ଚିନ୍ତାରେ ଅଞ୍ଚଳବାସୀ।

ରଘୁନାଥପୁର ତା ୧୨/୧୦:-ରଘୁନାଥପୁର ନିକଟସ୍ଥ ନାନପୁରଠାରେ ଜୈନିକ ବାଣ ବ୍ୟବସାୟୀ ଦିର୍ଘବର୍ଷଧରି ଜନବସତୀ ନିକଟରେ ବାଣ ଗୋଦାମକରି ସାଧାରଣ ଲୋକଙ୍କ ଧନଜୀବନକୁ ବିପଦରେ ପକାଇଆସୁଥିବା ଘଟଣା ପ୍ରଶାସନ ଜାଣିଥିଲେ ବି ନିରବଦ୍ରଷ୍ଟାସାଜିଛି। କଟକ ପାରାଦୀପ ରାସ୍ତାକଡରେ ଥିବା ଏହି ବାଣଗୋଦାମରେ ସରକାରଙ୍କ ସମସ୍ତ ନିୟମକାନୁକୁ ଜଳାଞ୍ଜଳି ଦିଆଯାଇଛି। ବିପ୍ପୋରକ ବାଣବିକ୍ରି କୁ ନେଇ ଚିନ୍ତାରେ ଅଞ୍ଚଳବାସୀ।ଆହୁରୀ ମଧ୍ୟ ଅନୁମାନ କରାଯାଏ ଯେଏହି ବ୍ୟବସାୟୀ ଜଣକ ଜିଏଷ୍ଟି ଫାଙ୍କିବାପାଇଁ ଏହି ଅଞ୍ଚଳର ତାର ଜଣାଶୁଣା ବ୍ୟକ୍ତି ଙ୍କ ଘରେ ବିପ୍ପୋରକ ବାଣଗୁଡିକୁ ଲୁଚାଇରଖି ବିକ୍ରି କରୁଥିବା ରୁ ଏହାଅତ୍ୟନ୍ତ ଚିନ୍ତାଜନକ ଘଟଣା।ସରକାରୀ ବାଣସହିତ ଅଧିକ ଲାଭ ଆଶାରେ ସ୍ଥାନୀୟ ଅଞ୍ଚଳରେ ଅନଭିଜ୍ଞ କାରିଗରଙ୍କ ଦ୍ଵାରା ପ୍ରସ୍ତୁତ ହେଉଥିବା ବିପ୍ପୋରକ ଓ ଘାତକ ବାଣଗୁଡିକୁ ମଧ୍ୟ ଗୋଦାମରେ ଅତି ବିପଦଜ୍ଜନକ ଅବସ୍ଥାରେ ବିକ୍ରିକରାଯାଉଥିଲେ ବି ଏଥି ପ୍ରତି ପ୍ରଶାସନ ର ନିଘା ନଥାଏ। ଯଦି ଏଠାରେ କୈଣସି କାରଣରୁ ବାଣ ବିପ୍ପୋରଣ ଘଟି ଧନଜୀବନ କ୍ଷତି ଘଟେ ଏଥିପାଇଁ ଦାୟୀରହିବ କିଏ।ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞି ଅସୁରକ୍ଷିତ ଅବସ୍ଥାରେ ଲକ୍ଷଲକ୍ଷ ଟଙ୍କାର ବାଣ ବିକ୍ରିକରୁଥିଲେ ମଧ୍ୟ କଟକ ଜିଲ୍ଲାପ୍ରଶାସନ ଓ କିଶାନନଗର ପୋଲିସ ଜାଣିସୁଣି ଘଣ୍ଟଘୋଡାଉ ଥିବା ସ୍ଥାନୀୟ ବୁଦ୍ଧିଜୀବୀ ଲୋକେ ଅଭିଯୋଗ ଉଠାଇ ଛନ୍ତି।ଆଗକୁ ରହିଛି ଦୀପାବଳି ଏହି ବ୍ୟବସାୟୀ ଜଣକ ନିଜବାଣ ଲାଇସେନ୍ସ ରେନୁଆଲ କରିବା ପାଇଁ ଏବେ ପ୍ରଶାସନ ନିକଟକୁ ଧାଆଁଧପଡ କରୁଥିବାର ବିଶେଷ ସୁତ୍ରରୁ ଜଣାପଡିଛି।ଯଦି ଏହି ବ୍ୟବସାୟୀ ଲାଇସେନ୍ସ କୁ ପ୍ରଶାସନ ରେନୁଆଲ କରି ବାଣବିକ୍ରି କରିବାପାଇଁ ଅନୁମତି ପ୍ରଦାନ କରେ ତେବେ କଟକ ପାରାଦୀପ ରାସ୍ତା ଅବରୋଧ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।ଅପର ପକ୍ଷରେ ମାନ୍ୟବର ସୁପ୍ରିମ କୋଟ ବାଣବିକ୍ରି ଓ ଫୁଟାଇବା କୁ ବିରୋଧ କରିଥିବା ବେଳେ ସରକାର ମଧ୍ୟ ଏଥି ପ୍ରତି ଜନ୍ମବାନ ହେବା ସହିତ ବାଣ ବିକ୍ରି ଉପରେ କଡାପଦକ୍ଷ ନେବାପାଇଁ ବିଭିନ୍ନ ସେଚ୍ଛାସେବୀ ସଂଗଠନ,ପରିବେଶ ବିତ ଓ ବୁଦ୍ଧିଜୀବୀ ମହଲରୁ ଦାବୀକରାଯାଇଛି।

Leave a Reply

Your email address will not be published. Required fields are marked *