ସୁରଜମଲ ସାହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆନ୍ତଃଜିଲ୍ଲା କୁସ୍ତି ପ୍ରତିଯୋଗିତା
ପୁରୀ 12/10ରିଖ ଦିନ ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ ତରଫରୁ, ସୁରଜ ମଲ ସାହା ମହାବିଦ୍ୟାଳୟ ପୁରୀଆନୁକୂଲ୍ୟରେ ଆନ୍ତ ଜିଲ୍ଲା କୁସ୍ତି ପ୍ରତିଯୋଗିତା ବାରବାଟୀ ଜାଗା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି,ଏହି ପ୍ରତି ଯୋଗିତାରେ ରାଜ୍ୟ ର ବିଭିନ୍ନ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ର ଅନ୍ୟୁନ 50ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ,ପ୍ରତିଯୋଗୀତା ଟି ମହାବିଦ୍ୟାଳୟ ର ଅଦକ୍ଷ୍ୟ ଶରତ ଚନ୍ଦ୍ରସାହୁ ଓ ବାରବାଟୀ ଜାଗା ର ସଭାପତି ଶ୍ରୀ ଯୁକ୍ତ ଗୋପାଳ ମହାସୁଆରଓ ସମ୍ପାଦକ ମଦନ ମୋହନ ଖୁଣ୍ଟିଆ ଉଦ୍ଘାଟନ କରିଥିଲେ ଏହାସହିତ କ୍ରୀଡା ଓ ଶିକ୍ଷା ବିଭାଗ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ, ବିଦ୍ୟାଳୟ ର ପୂର୍ବତନ ଅଧ୍ୟାପକ ପ୍ରଫେସର ପଦ୍ମନାଭ ମହାସୁଆର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ,ଉକ୍ତ ପ୍ରତିଯୋଗିତା ରେ ବାଳିକା ବର୍ଗ ରେ 50କେଜି ଖିଷ୍ଟ କଲେଜ ର ଶୁଭଲଷ୍ମୀ ପାଲ,53କେଜି ରେ ବିରେନ ମିତ୍ର,କଟକ ର ଅର୍ନପୂର୍ଣ୍ଣା ନାୟକ, 55କେଜିରେ ଯୋରନ୍ଦା ର ସୁନିତା ବେହେରା,68କେଜି ରେ ପ୍ରତାପ ପୁରୁଷୋତ୍ତମପୁର ର ହରପ୍ରିୟା ପ୍ରଧାନ,ପ୍ରଥମ ସ୍ଥାନ ଅଧିକାର କରିଛନ୍ତି,ସେହିପରି ବାଳକ ବର୍ଗ ରେ 53କେଜି ରେ କଟକ ର ରୋହିତ ସାମଲ,61କେଜି ରେ ପ୍ରଭାସ ରଞ୍ଜନ ପ୍ରଧାନ,65କେଜି ରେ ସନ୍ଦୀପ କୁମାର ବେହେରା,70କେଜି ରେ ସୁରଜ ମଲ ସାହା ମହାବିଦ୍ୟାଳୟ ର ଅଶ୍ରୁତୋଷ ମଙ୍ଗରାଜ,70କେଜି ଠାରୁ ଉର୍ଦ୍ଧ ରେ ମାଧବା ନନ୍ଦ

ରଣା,ସରୋଜ କୁମାର ସାହୁ,ରାଜ କୁମାର ପଟନାୟକ,ବିଷ୍ଣୁ ପ୍ରସାଦ ଗୁମାନ ସିଂ,ପ୍ରଥମ ସ୍ଥାନ ଅଧିକାର କରିଛନ୍ତି,ଦଳଗତ ଭାବରେ ବାଳକ ବିଭାଗ ରେ ସୁରଜ ମଲ ସାହା ମହା ବିଦ୍ୟାଳୟ ଚମ୍ପିୟାନ ହୋଇଥିବା ବେଳେ ବାଳିକା ବିଭାଗ ରେ ବିରେନ ମିତ୍ର ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚମ୍ପିୟାନ ହୋଇଛନ୍ତି,ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ଉଚ୍ଚ ମାଧ୍ୟମିକ ପରିଷଦ ରେ ସେଲେକ୍ଟର ତଥା ସୁରଜ ମଲ ସାହା ମହା ବିଦ୍ୟାଳୟ ର ପୁରୀର କ୍ରୀଡା ଶିକ୍ଷକ ଶ୍ରୀ ଯୁକ୍ତ ହରିହର କର,କ୍ରୀଡା ବିଭାଗ ର ଉପ ସଭାପତି ଡ଼ଃ ଦୀପ୍ତି ପ୍ରସାଦ ମହାନ୍ତି ଓ କ୍ରୀଡା ସମିତି ର ଅନ୍ୟାନ୍ୟ ସଦର୍ଶ ଅଧ୍ୟାପକ ରବୀନ୍ଦ୍ର ପ୍ରଧାନ,ଦୁର୍ଯ୍ୟୋଧନ ଜେନା,ଜୋତ୍ରୀମୟୀ ଦାସ ସୁବ୍ରତ ବିଶ୍ୱାଳ, ପରିଚଳନା କରିଥିଲେ ସର୍ବୋପରି ପ୍ରତିଯୋଗିତା ରେ ବିଚାରକ ଭାବେ nis କର୍ଚ୍ଚ ଶ୍ୟାମ ସୁନ୍ଦର ମହାପାତ୍ର, ରାମଚନ୍ଦ୍ର ପ୍ରତିହାରୀ,କୃଷ୍ଣ ଚନ୍ଦ୍ର ଦାସ, ଆଲୋକ କୁମାର ଦଳେ ଇ,ପୂଜା ମହାରଣା, ବଳଭଦ୍ର ମଲ୍ଲିକ,ଜମ୍ବେଶ୍ୱର ସୁବୁଦ୍ଧି, ପ୍ରଭୁତି ଦାୟିତ୍ୱ ନିର୍ବାହ କରିଥିଲେ l
