ଯୁବ ସାମ୍ବାଦିକଙ୍କ ବିୟୋଗରେ ରଘୁନାଥପୁର ଏସୟୁଜେ ସଂଙ୍ଘପକ୍ଷରୁ ଶୋକ
ଯୁବ ସାମ୍ବାଦିକଙ୍କ ବିୟୋଗରେ ରଘୁନାଥପୁର ଏସୟୁଜେ ସଂଙ୍ଘପକ୍ଷରୁ ଶୋକ। ରଘୁନାଥପୁର,୧୨/୧୦- ରଘୁନାଥପୁର ଅଂଚଳର ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମୂଦୁଲିଙ୍କର(୫୮) ଆଜି ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି।ସେ ଦୀର୍ଘ ଦିନ ଧରି ସମ୍ବାଦପତ୍ରରେ ସାମ୍ବାଦିକତା କରି ଆସୁଥିଲେ। ସେ ଜଣେ ସରଳ,ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଥିବା ବେଳେ ଏ ଅଞ୍ଚଳର ଉନ୍ନତି ପାଇଁ ଅହରହ ଚେଷ୍ଟିତ ଥିଲେ।ତାଙ୍କର ମୃତ୍ୟୁରେ ରଘୁନାଥପୁର ସାମ୍ବାଦିକ ମହଲ ତଥା ଅଂଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ମରଶରୀରକୁ ଜନ୍ମସ୍ଥାନ କନ୍ଦରାପାଟିକୁ ଅଣାଯାଇ ଗ୍ରାମ ଶ୍ମଶାନରେ ସତ୍କାର କରା ଯାଇଥିଲା।ତାଙ୍କର ଏକମାତ୍ର ପୁତ୍ର ସନତ କୁମାର ମୂଦୁଲି ମୁଖାଗ୍ନୀ ଦେଇଥିବା ବେଳେ ତାଙ୍କର ଝିଅ,ପରିବାରବର୍ଗ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।ସମ୍ବାଦିଙ୍କ ଅକାଳ ବିୟୋଗ ଖବର ପାଇ ରଘୁନାଥପୁର ବ୍ଲକ ଏସୟୁଜେ ସଂଙ୍ଘର ସଭାପତି ବରିଷ୍ଠ ସାମ୍ବାଦିକ କଲ୍ୟାଣ ସେନ,ଉପସଭାପତି ଜିତେନ୍ ବେହେରା,ଜ୍ୟେତିରଂଜନ ପଟ୍ଟନାୟକ, ସଂମ୍ପାଦକ ଧନଞୟ ମଲ୍ଲିକ, କୋଷାଧକ୍ଷ ରଞନ କୁମାର ଲେଙ୍କା, ସହ ସମ୍ଫାଦକ ଅମୂଲ୍ୟ ଚନ୍ଦ୍ରକାନ୍ତ ମହାପାତ୍ର,ଙ୍କ ସମେତ ଶ୍ରଦ୍ଧାଞଳି ଜଣାଇବା ସହିତ ଗଭୀର ଶୋକ ପ୍ରକାଶ କରିଛନ୍ତି।ରାଜ୍ୟସରକାର ସ୍ବର୍ଗତ ମୁଦୁଲିଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଏସୟୁଜେ ମହଲରେ ଦାବି କରାଯାଇଛି।ପ୍ରକାଶ ଥାଉକି ସ୍ଥାନୀୟ ସରପଞ୍ଚ, ବିଜେଡି ଓ ବିଜେପି ନେତା ଏବଂ ବହୁ ମାନ୍ୟଗଣନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
