କାଗଜ ଡ଼ଙ୍ଗା

ଶୀର୍ଷକ _କାଗଜ ଡ଼ଙ୍ଗା


ରୀତାରାଣୀ ଦାଶ
ବାଲେଶ୍ୱର

ମେଘ ଯାଏ ଉଡି ଦୂରକୁ ଦୂରକୁ
କାଗଜ ଡ଼ଙ୍ଗା ଚହଲେ
ମୃଦୁ ପବନରେ ଦୋହଲି ଦୋହଲି
ସ୍ୱପ୍ନର ପ୍ରତୀକ ଖେଳେ |
କାଗଜ ଡ଼ଙ୍ଗା ଯେ ନାଜୁକ ବହୁତ
ଝୁଲେ ମୃଦୁ ଝୁଲଣରେ
ତରଙ୍ଗ ଉପରେ ମୃଦୁ ନୃତ୍ୟ ସାଥେ
ଶକତିର ପ୍ରମାଣରେ |
କାଗଜ ତିଆରି କ୍ଷୁଦ୍ର ଡ଼ଙ୍ଗା ଟିଏ
ପାଣିର ସୁଅରେ ଧାଏଁ
ତା ଦେହରେ ଲେଖା ଠିକଣା ଓ ନାମ
ପାଇଲେ ବି ମିଳି ଯାଏ |
ମନ ଉପବନୁ ପୁଷ୍ପର ସମ୍ଭାର
ଅଜାଡି ଲଦେ ତହିଁରେ
ଭାସି ଯାଏ ସିଏ ଦୂର ବଜାରରେ
ଅପେକ୍ଷାରେ ଖେଳି ବୁଲେ |
ଆଶାର ପ୍ରତୀକ କାଗଜ ଡ଼ଙ୍ଗାଟି
ଭାସଇ ବ୍ୟାପକ ଭାବେ
ଜୀବନ ସ୍ମାରକ ସୌନ୍ଦର୍ଯ୍ୟର ବେଗ
କ୍ଷଣସ୍ଥାୟୀ ଦୃଶ୍ୟ ରୂପେ |
ପିଲାଦିନ ସ୍ମୃତି ଭାବନାର ସୃଷ୍ଟି
ପୁନଃ ଉଜ୍ଜୀବିତ କରେ
ହୃଦୟର କୋଣେ ଅଙ୍କୁରିତ ହୁଏ
ଦେଖିଲେ ନେତ୍ରରେ ତାରେ |
ଦୃଶ୍ୟରୁ ଅଦୃଶ୍ୟ ଆଶାର ଝଲକ
ସପନ କାଗଜ ଡ଼ଙ୍ଗା
ନାଚି ନାଚି ଯାଏ ଧୀରେ ଭାସି ଭାସି
ଦିଏ ନାହିଁ କେବେ ଧୋକା |

Leave a Reply

Your email address will not be published. Required fields are marked *