ବିଧାୟକ ଚକ୍ରମଣି କହଁର ଙ୍କ ଦ୍ଵାରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟଜନ ।

କନ୍ଧମାଳ, ବାଲିଗୁଡା ତା ୧୨ /୧୦/୨୦୨ରିଖରେ କନ୍ଧମାଳ ଜିଲ୍ଲା କ,ନୂଆଗାଁ ବ୍ଲକ ଅନ୍ତର୍ଗତ ସାଇନପ ଡା ଗ୍ରାମ ପଞ୍ଚାୟତ ର ଦାଉଗାଁ ଠାରେ ବ୍ଲକ ର ସୁହଳ ଗୋଟି ଫୁଟ ବଲ୍ ଟିମ୍ କୁ ନେଇ ଦାଉଗାଁ ଖେଳ ପଡିଆ ଠାରେ ମାନ୍ୟବର ବାଲିଗୁଡା ବିଧାୟକ ଚକ୍ରମଣି କହଁର ଙ୍କ ଦ୍ଵାରା ଆୟୋଜିତ ହୋଇଥିଲା । ଗ୍ରାମର ସମସ୍ତ ଯୁବକ କ୍ରୀଡାପ୍ରେମୀ ଖେଳାଳି, ଓ ଗ୍ରାମବାସୀ ଙ୍କ ସହାୟତା କ୍ରମେ ଟ୍ଟୁର୍ଣାମେଣ୍ଟ ର ଶେଷଦିନରେ ଏକ ନିଆରା ଖେଳ ଅନୁଷ୍ଠିତ ହେଇଥିଲା । ବ୍ଲକ ର ସମସ୍ତ ସମିତି ସଭ୍ୟ, ସରପଞ୍ଚ, ମେମ୍ବର ଙ୍କୁ ନେଇ ଗୋଟିଏ ଟିମ୍ ଓ ସାରଙ୍ଗଡ ର ଭେଟଟେରୀୟନ୍ ପଚାଶ ବର୍ଷ ରୁ ଉର୍ଦ୍ଧ ଖେଳାଳି ଙ୍କୁ ନେଇ ମ୍ୟାଚ୍ ଖେଳ ଅନୁଷ୍ଠିତ ହେଇଥିଲା । ଏଥିରେ ଗୋଟିଏ ଗୋଲରେ ସାରଙ୍ଗଡ ଭେଟରୀୟ।ନ୍ ଟିମ୍ ବିଜୟ ହୋଇଥିଲେ ଏବଂ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚ୍ ରେ ଦାଉଗାଁ ଏକାଦଶ ଓ ତେଲିଙ୍ଗିଆ ଏକାଦଶ ମଧ୍ୟରେ ଖେଳ ହେଇଥିଲା । ନିୟମିତ ଖେଳ ମଧ୍ୟରେ କେହି କାହାକୁ ଗୋଲ୍ ଦେଇନପ।ରିପରୁ ଖେଳ ପେନାଲ ଟିକ୍ ସୁଟଆଉଟ ରେ ଦାଉଗାଁ ଏକାଦଶ ପରାଜିତହୋଇଥିଲେ,। ଓ ତେଳୀଙ୍ଗିଆ ଦଳ ଚାମ୍ପିଅନ ଅକ୍ଷ୍ୟ। ଅର୍ଜନ କରିଥିଲେ । ଏହି ଖେଳରେ ମୂଖ୍ୟ ଅତିଥି ରୂପେ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ଓଡ଼ିଶା ର ପ୍ରତିଷ୍ଠାତା ଆଇନଜିବୀ ସତ୍ୟନାରାୟଣ ବେହେରା ସମ୍ମାନିତ ଅତିଥି ଭାବେ କନୂଆଗାଁ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ , ସୁଲୋଚନା ଦଳବେହେରା, ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତି ଅନିତା ମଲ୍ଲିକ ,ଏବଂ ସମସ୍ତ ସମିତି ସଭ୍ୟ ସରପଞ୍ଚ ଅତିଥି ରୂପେ ଯୋଗଦେଇ ଥିଲେ ।ଏହି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳ ରେ ସମସ୍ତ ଜନସାଧାରଣ ବିଧାୟକଙ୍କୁ ଭୁରୀୟସି ପ୍ରଶଂସା କରିଥିଲେ। ମୂଖ୍ୟ ଅତିଥି, ମାନ୍ୟବର ବିଧାୟକ ଓ ସମସ୍ତ ଅତିଥି ମାନଙ୍କ ଦ୍ଵାରା ବିଜେତା ଦଳ କୁ ଟ୍ରଫି ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *