କୁକୁଡ଼ା ଫାର୍ମ ମାଲିକଙ୍କୁ ହତ୍ୟା ଅଭିଯୋଗ ମାମଲାରେ ଚାନ୍ଦବାଲି ଥାନାରେ ଦ୍ଵାରସ୍ଥ ହେଲେ ମୃତକଙ୍କ ପରିବାର

ତାରିଖ-13/10/2025Place-ଚାନ୍ଦବାଲିଆଙ୍କର -କୁକୁଡ଼ା ଫାର୍ମ ମାଲିକଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ମାଧପୁର ପଞ୍ଚାୟତ ବଙ୍ଗାଳୀପଡାରେ। ସୂଚନା ଅନୁଯାୟୀ ଏକ ବର୍ଷ ହେଲା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ଏହି ବଙ୍ଗାଳୀପଡାରେ ଏକ କୁକୁଡ଼ା ଫାର୍ମକୁ ପାର୍ଟନର ହୋଇ ଉଭୟ ଅଜୟ ଗିରୀ ଏବଂ ଶୁଭ୍ରାଂଶୁ ସ୍ଵାଇଁ କୁକୁଡ଼ା ଫାର୍ମକୁ ଚଳାଉ ଥିଲେ । ଗତକାଲି ରାତିରେ ପାର୍ଟନର ଶୁଭ୍ରାଂଶୁ ସ୍ୱାଇଁ ନିକଟରେ ଥିବା ମତୋ ବଜାରକୁ ଯାତ୍ରା ଅପେରା ଦେଖିବାକୁ ଯାଇଥିଲେ ।ଅଜୟ ଗିରି ଫାର୍ମରେ ଥିଲେ l ଭୋରୁ ୪ ଟା ୩୦ ପରେ ଶୁଭ୍ରାଂଶୁ ସ୍ୱାଇଁ ଫାର୍ମକୁ ଫେରିଥିଲେ l ଫାର୍ମରେ ଦେଖିବାକୁ ପାଇଲେ ତାଙ୍କ ପାର୍ଟନର ଅଜୟ ଗିରି ରକ୍ତ ଜୁଡୁବୁଡୁ ହୋଇ ଘରେ ମୃତ ଅବସ୍ଥାରେ ପଡ଼ିରହିଛି । ଫାର୍ମର କର୍ମଚାରୀ ଓ ଶୁଭ୍ରାଂଶୁ ସ୍ୱାଇଁ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ମେଡିକାଲକୁ ନେଇ ଆସିଥିଲେ । ଫାର୍ମର କର୍ମଚାରୀ କମଳାକାନ୍ତ ସେଠି କହିଛନ୍ତି ସକାଳୁ ଦେଖିବା ବେଳକୁ ସିସି କେମେରା ତାର ଗୁଡିକୁ କଟା ଯାଇ ଥିଲା। ସେଠାରେ ଅନ୍ଯ ଜଣେ ମାଲିକ ଶୁଭ୍ରାଂଶୁ ସ୍ବାଇଁ ମୃତ ଅଜୟକୁ ଦେଖି କହିବା ପରେ ଚାନ୍ଦବାଲି ମେଡ଼ିକାଲକୁ ନେଇ ଆସିଥିଲୁ। ମୃତ ଅଜୟ ଗିରି ଭଦ୍ରକ ଜିଲ୍ଲାର ଚରମ୍ପାରେ ଘର ହୋଇ ଥିବା ବେଳେ ପାର୍ଟନର ଶୁଭ୍ରାଂଶୁ ସ୍ବାଇଁଙ୍କ ଘର କେନ୍ଦ୍ରାପଡା ବୋଲି ସୂଚନା ମିଳିଛି। ଏହି ଘଟଣାରେ କାହିଁକି ଏମିତି ରକ୍ତାକ୍ତ ଅବସ୍ଥାରେ ଅଜୟଙ୍କ ମୃତ୍ୟୁ ହୋଇଛି ପରିବାର ଲୋକେ ଚାନ୍ଦବାଲି ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୁଣ୍ଡ,ପାଟି,ନାକରୁ ରକ୍ତସ୍ରାବ ହୋଇଛି। ଏହି ଘଟଣାରେ ଶୁଭ୍ରାଂଶୁ ସ୍ବାଇଁ କହିଛନ୍ତି ସେମିତି କିଛି ଘଟଣା ଆମ ମଧ୍ୟରେ ଘଟି ନାହିଁ। ରାତିରେ ସେ କ୍ୟାମେରା କାମ କରୁ ଥିଲେ। ଇଲେକ୍ଟ୍ରି ପାଇଁ ସେମିତି ହୋଇ ପାରେ। ତେବେ ଘଟଣା ସ୍ଥଳରୁ ଶୁଭ୍ରାଂଶୁ ସ୍ବାଇଁ ଫେରାର ହୋଇ ଥିବା ବେଳେ ମୃତକଙ୍କ ପରିବାର ଶୁଭ୍ରାଂଶୁକୁ ସନ୍ଦେହ କରିଛନ୍ତି। ଅଜୟକୁ ପ୍ରି ପ୍ଲାନ୍ କରି ମାରି ଦେଇ ଥିବା ଥାନାରେ ଏତଲା ଦିଆଯାଇଛି।ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *