ଶୋଷଣ ମୁକ୍ତ ସମାଜ ଗଠନ ପାଇଁ ଏବିଜିପି ପ୍ରାନ୍ତୀୟ ବୈଠକରେ ଆହ୍ୱାନ
ଶୋଷଣ ମୁକ୍ତ ସମାଜ ଗଠନ ପାଇଁ ଏବିଜିପି ପ୍ରାନ୍ତୀୟ ବୈଠକରେ ଆହ୍ୱାନ
ଭୁବନେଶ୍ୱର-୧୩/୧୦-ବଡଗଡ ବ୍ରିଟ କଲୋନୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତୀୟ ବୈଠକ ଅନୁଷ୍ଠିତ ହୋଇଛି। ଓଡ଼ିଶା ପୂର୍ବ ପ୍ରାନ୍ତର ସଂପାଦକ ଅଭୟ ଅନିର୍ବାଣ ମଞ୍ଚ ପରିଚାଳନା କରିଥିଲେ। ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଦିନକର ସବନିସ, କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ରାମଚନ୍ଦ୍ର ସ୍ବାଇଁ, କ୍ଷେତ୍ରୀୟ ସହ ସଂଗଠନ ମନ୍ତ୍ରୀ ବଦ୍ରି ନାରାୟଣ ମହାରଣା,ପାଳକ ଅଧିକାରୀ ତଥା ସଂଘ ସହ କାର୍ଯ୍ୟବାହ ସୁଦର୍ଶନ ଦାସ, ଓଡ଼ିଶା ପୂର୍ବ ପ୍ରାନ୍ତ ସଂପାଦକ ଅଭୟ ଅନିର୍ବାଣ, ସଂଗଠନ ମନ୍ତ୍ରୀ ସ୍ନେହାଶୁ ପଟ୍ଟନାୟକ, କେନ୍ଦ୍ରୀୟ ସହ କୋଷାଧ୍ୟକ୍ଷ ଦୀପଜ ମହାନ୍ତି, ଓଡ଼ିଶା ପୂର୍ବ ପ୍ରାନ୍ତ ଉପାଧ୍ୟକ୍ଷ ମହେନ୍ଦ୍ର କୁମାର ପ୍ରଧାନ ସଦୟ ଯୋଗଦେଇ ଶୋଷଣ ମୁକ୍ତ ସମାଜ ଗଠନରେ ସମସ୍ତ କାର୍ଯ୍ୟକର୍ତ୍ତା ସହଭାଗୀ ହେବା ପାଇଁ ପରାମର୍ଶ ଦେଇଥିଲେ। ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ପ୍ରାନ୍ତୀୟ ସ୍ତରରେ ଗ୍ରାହକ ସଚେତନତା ପାଇଁ ସଭା ସମିତିର ଆୟୋଜନ ସହ ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଦେବାକୁ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ସବନିସ ଓ କ୍ଷତ୍ରିୟ ସଂଗଠନ ମନ୍ତ୍ରୀ ଶ୍ରୀ ସ୍ବାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏବିଜିପିର ମହିଳା ଓ ପୁରୁଷ କର୍ମକର୍ତ୍ତା ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
