ଶୀତଦିନେ ଶିଶୁର ଯତ୍ନ…
ଶୀତଦିନେ ବହୁଥିବା ଶୀତୁଆ ପବନ ତ୍ୱଚାକୁ ରୁକ୍ଷ କରିଦେଇଥାଏ। ଥଣ୍ଡା ପବନ ସାଙ୍ଗକୁ ବାୟୁମଣ୍ଡଳରେ ଆର୍ଦ୍ରତା ର ପରିମାଣ କମି ଯାଉଥିବାରୁ ତ୍ୱଚା ଶୁଖିଲା ହୋଇଯାଏ। ତେଣୁ ଏହି ସମୟରେ କୋମଳମତି ଶିଶୁମାନଙ୍କର ଅଧିକ ମାତ୍ରାରେ ଯତ୍ନ ନେବା ଆବଶ୍ୟକ ହୋଇଥାଏ।
ଏହି ସମୟରେ ଶିଶୁମାନଙ୍କ ମଧ୍ୟରେ ଦେଖାଯାଉଥିବା ରୁକ୍ଷତାର କାରଣ…
ସାଧାରଣତଃ ଶିଶୁମାନେ ଡାଇପର ପିନ୍ଧିଥାଆନ୍ତି । ଯଦି ସେମାନଙ୍କୁ ଦରକାରୀଠାରୁ ଅଧିକ ବଡ଼ ମାପର ଡାଇପର୍ ପିନ୍ଧାଇ ଦିଆଯାଏ, ତା’ ହେଲେ ତାହା ଘଷି ହୋଇ ଖଣ୍ଡିଆ ହୋଇଯାଏ। ଏପରିକି ଘରେ ଥିବା ସମୟରେ ଶିଶୁକୁ ଡାଇପର ନ ପିନ୍ଧାଇଲେ ତ୍ୱଚା ନରମ ରହିବ।
ଶୀତଦିନେ ସାଧାରଣତଃ ଶିଶୁକୁ ଥଣ୍ଡା ଧରିବା ଫଳରେ ନାକକୁ ବାରମ୍ବାର ପୋଛିବାକୁ ହୋଇଥାଏ । ଯାହାଫଳରେ ନାକ ଲାଲ୍ ହୋଇ ଖଣ୍ଡିଆ ହେବାର ସମ୍ଭାବନା ମଧ୍ୟ ଥାଏ । ଏପରିକି ଥଣ୍ଡା ପବନ ବାଜି ଶିଶୁର ଗାଲ ରୁକ୍ଷ ଦେଖାଯିବା ସହିତ ଲାଲ୍ ଦେଖାଯାଇଥାଏ ।
ଏସବୁରୁ ଶିଶୁକୁ ବଞ୍ଚେଇ ରଖିବାକୁ ହେଲେ ବଜାରରୁ ଭଲ ତେଲ ଆଣି ପୁରା ଦେହରେ ମାଲିସ୍ କରନ୍ତୁ । ଶୀତଦିନେ ୨/୩ ଥର ତେଲ ମାଲିସ କରନ୍ତୁ । ଯାହାଫଳରେ ତ୍ୱଚା ନରମ ଓ କୋମଳ ରହିବ। ଶୀତଦିନରେ ଶିଶୁକୁ ଉଷୁମ ପାଣିରେ ଗାଧୋଇ ଦିଅନ୍ତୁ। ଏପରିକି ପ୍ରତିଦିନ ମୁଣ୍ଡ ଧୁଅନ୍ତୁ ନାହିଁ ।ଅଲିଭ୍ ଅଏଲ୍ ଓ ଆଲ୍ମଣ୍ଡ୍ ଅଏଲ୍ ମିଶିଥିବା ମଶ୍ଚରାଇଜର, ଗାଧୋଇବା ପାଣିରେ ମେଥି, ସୋରିଷ ଆଦି ପକାଇଲେ ତାହା ଶିଶୁ ଦେହରେ ଥିବା ପ୍ରାକୃତିକ ତୈଳକୁ ବଜାୟ ରଖିବାରେ ସହାୟକ ହେବ।
