ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ବାରଲାଇଟ ବା ବଲବ ଜଲିପାରୁନି କଲବଲ ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ।

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ର ଦୂରବସ୍ତା। ବିଦ୍ୟୁତ ନାହିଁ। ବାରଲାଇଟ ବା ବଲବ ଜଲିପାରୁନି କଲବଲ ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ। ଏ ହେଉଛି ଆୟୁର୍ବେଦ ମେଡିକାଲର ପୁରୁଷ ମେଡିସିନ ଓ୍ବାର୍ଡ ଓ ମହିଳା ମେଡିସିନ ଓ୍ବାର୍ଡ ର ଚିତ୍ର ଯେଉଁଠି ଅନ୍ଧକାରରେ ରୋଗୀ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ମେଡିକାଲର କର୍ମଚାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସମସ୍ୟା ସମାଧାନ ହୋଇନାହିଁ। କେବଳ ଏତିକି ନୁହେଁସଠିକ ଭାବରେ ଡାକ୍ତର ଓ ଆଟେଣ୍ଡାଣ୍ଟ ରୋଗୀ ସେବା ପାଇଁ ଆସୁନଥିବା ଅଭିଯୋଗ କରୁଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ। ଏ ସମ୍ପର୍କରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଠା କରୁଥିଲେ ମଧ୍ୟ ତାଙ୍କ ଫୋନ ଅଫ ରହିଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ଏଠି ପ୍ରଶ୍ନ ଉଠୁଛି ମେଡିକାଲର ପରିଚାଳକ ରହିଥିବେ ସେ କଣ ପାଇଁ ଏହି ସମସ୍ୟାକୁ ସମାଧାନ କରୁନାହାନ୍ତି।

Leave a Reply

Your email address will not be published. Required fields are marked *