ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ଆର୍ଥିକ ସହାୟତା ପାଇଁ ନିବେଦନ
ଏରସମା: ବିଜୁ ସ୍ୱ।ସ୍ଥ କାର୍ଡର ସମସ୍ତ ପଇସା ଖର୍ଚ୍ଚ ସରିଛି।କର୍କଟ ରୋଗରେ ପୀଡିତ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଏମିତି ଅଵସ୍ଥା ଦେଖିବାକୁ ମିଳିଛି ଏରସମା ବ୍ଲକ ଚଟୁଆ ପଞ୍ଚାୟତ ଅନ୍ତର୍ଗତ ଚଟୁଆ ଗ୍ରାମର ବାବୁଲି ଗୋଚ୍ଛାୟତ। ଦୀର୍ଘ ଚାରିବର୍ଷ ହେବ ଥିବାରୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲ।ପରେ ବାମ ଗାଲରେ କ୍ୟାନସର ଜଣା ପଡିଥିଲା। ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅପରେସନ କରାାଇଥିବା ବେଳେ ବର୍ତ୍ତମାନ ବାମ ଗାଲ ଅଧିକ ଗୁରୁତ୍ବର ହେବାରୁ ଖାଦ୍ୟ ଖାଇବାରେ ଅସୁବିଧା ହେଉଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ପୁନର୍ବାର ଅପରେସନ କରାଯିବ।ବିଜୁ ସ୍ୱlସ୍ଥ କାର୍ଡର ସମସ୍ତ ପଇସା ଖର୍ଚ୍ଚ ସରିଛି। ବର୍ତ୍ତମାନ ଅର୍ଥର ଅଭାବ ଯୋଗୁ ମେଡିକାଲ ଟ୍ରିଟମେଣ୍ଟ ପାଇଁ ଅର୍ଥ ସାଜିଛି ବାଧକ। ପରିବାର କହିଲେ ତାଙ୍କର ପତ୍ନୀଙ୍କ ସହିତ ଦୁଇଟି ଛୋଟ ପୁଅ । ବାବୁଲି ପରଘରେ ମଜୁରୀ ଲାଗି ତାଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି। ଚାଳଘର ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି।ଅର୍ଥ ପାଇଁ ଗଣମାଧ୍ୟମ ଜରିଆରେ ଆକୁଳ ନିବେଦନ କରିଥିବା ବେଳେ ସରକାର ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ଏଥି ସହିତ କୈlଣସି ସଂସ୍ଥା କିମ୍ବା କୈlଣସି ବଦାନ୍ୟ ବ୍ୟକତି ମୋବାଇଲ ନଂ ୭୮୫୫୦୬୫୮୫୩ ମାଧ୍ୟମରେ ଯୋଗାଯୋଗ କରିବାକୁ ରତ୍ନାକରଙ୍କ ପତ୍ନୀ ଓ ପୁତ୍ର ଆକୁଳ ନିବେଦନ କରିଛନ୍ତି।
