ଅବୈଧ ଭାବରେ ଆତସବାଜି ରଖିବା ଓ ବିକ୍ରୟ ପାଇଁ ସଞ୍ଚୟ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ
ତା.17.10.2025, ଧାରା- 288 BNS/5 Fire Works & Loud Speaker Act/9(b) Indian Explosive Act ଅନୁସାରେ, ଅବୈଧ ଭାବରେ ଆତସବାଜି ରଖିବା ଓ ବିକ୍ରୟ ପାଇଁ ସଞ୍ଚୟ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।ଅଭିଯୁକ୍ତ: କୈଳାଶ ଚନ୍ଦ୍ର ପରିଡା (ବୟସ-52), ପିତା- ଗୋପୀନାଥ ପରିଡା, ଗାଁ- ଇପିଙ୍ଗା, ଥାନା- କୃଷ୍ଣପ୍ରସାଦ, ଜିଲ୍ଲା- ପୁରୀ ।ଜବତ ସାମଗ୍ରୀ: ବ୍ଲାକ ସର୍ପେଣ୍ଟ କ୍ରାକର – 100ଟି, ସୁତୁଳି ବୋମ – 15ଟି, ତାଳଫଟକା – 50ଟି, ବିଜ୍ଲି କ୍ରାକର – 20ଟି, ଧପଧପି – 100ଟି, ଟୁ ସାଉଣ୍ଡ – 5 ପାକେଟ୍, ମାଚିସ – 40 ପାକେଟ୍, ଝୁରଝୁରି – 20 ପାକେଟ୍, ରକେଟ ବୋମ – 2 ପାକେଟ୍, ଚକର – 3 ପାକେଟ୍, ରେଡ ଜାୟାଣ୍ଟ – 2 ପାକେଟ୍, କିଟକାଟ – 2 ପାକେଟ୍,ଆୟରନ ମ୍ୟାନ ଶଟ୍ – 1ଟି, ଏଶ୍ୱରୀ ଡଗ – 1 ପାକେଟ୍, ସ୍ଥାନୀୟ ତିଆରି ଫଟାକା – 4 ପାକେଟ୍ ଏହା ସବୁ ଇପିଙ୍ଗା ଗାଁ ପୋଖରୀର ଶେଷ ଅଂଶରୁ ।ପୁରୀ ଜିଲ୍ଲା ପୁଲିସ ଦ୍ୱାରା ଆସନ୍ତା ପର୍ବ ସମୟରେ ଅବୈଧ ଭାବେ ଆତସବାଜି ଓ ବିସ୍ଫୋରକ ଜିନିଷ ସଞ୍ଚୟ ଓ ବିକ୍ରୟ କରିଥିବା ବିରୋଧରେ ଅଭିଯାନ ଜାରି ରହିଛି । ସାଧାରଣ ଲୋକଙ୍କୁ ଅନୁରୋଧ, ଏପରି ଅବୈଧ କାର୍ଯ୍ୟରେ ଜଡିତ ହେବା ନାହିଁ ଓ ଏହା ସମ୍ପର୍କରେ ସୂଚନା ଥିଲେ ସ୍ଥାନୀୟ ପୁଲିସ କିମ୍ବା ୧୧୨କୁ ଜଣାନ୍ତୁ ।
