ଭାଗବତ ଶ୍ରବଣ ଓ ପଠନରେ ଶାନ୍ତି ଓ ମୁକ୍ତିମିଳେ l
ଓଡ଼ିଆ ଭାଗବତ ପ୍ରସାର ପରିଷଦ ଆନୁକୂଲ୍ୟରେ ଓ କ୍ଷେତ୍ରlଧିପତି ଜ୍ୟୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନର ସୌଜନ୍ୟରେ ସୁନ୍ଦରଦାସ ମଠ ଠାରେ ସାତଦିନ ବ୍ୟାପି ଓଡ଼ିଆ ଭାଗବତ ପlରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଉଦଯାପିତ ହୋଇ ଯାଇଅଛି l ଉଦ ଘାଟନୀ ଦିବସରେ ଶ୍ରୀ ମନ୍ଦିର ପରିଚାଳନା ସମିତି ସଦସ୍ୟ ଡ. ସିଦ୍ଧେଶ୍ୱର ମହାପାତ୍ର, ମୁଖ୍ୟ ଅତିଥି ରୁପେ, ମଠlଧୀଶ ପର୍ଶୁରାମ ଦାସ ମୁଖ୍ୟ ବକ୍ତା ରୁପେଯୋଗଦେଇଥିଲେ l ଭାଗବତ ପାରାୟଣ ବ୍ୟାସ ରୁପେ ପଣ୍ଡିତ ଦୟାନିଧି ପଣ୍ଡା ଆସନ ଅଳଙ୍କୃତ କରି ସାତ ଦିନ ଧରି ଭlଗବତର ବ୍ୟାଖ୍ୟା ସହିତ ଶ୍ରବଣ, ଭଜନ, ପlରାୟଣ ଓ କୀର୍ତ୍ତନ ଦ୍ୱାରା ଶାନ୍ତି ମିଳେ ବୋଲି ଆଲୋକ ପାତ କରିଥିଲେ l କଳିଯୁଗରେ ଘରେ ଘରେ ଭାଗବତ ପାଠର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ l ପରିଷଦର ସଭାପତି ସମାଜ ସେବୀ ସତ୍ୟବାଦୀ ଦାଶ, କ୍ଷେତ୍ରlଧିପତିର ସଭାପତି ଡ଼. ବଳରାମ ଦାଶ ଓ ପୂର୍ବତନ ପ୍ରଶାସକ ବିନୋଦ କୁମାର ପଣ୍ଡା ପ୍ରାରମ୍ଭରୁ ଉଦଯାପନୀ ଦିବସ ପର୍ଯ୍ୟନ୍ତ ଉପସ୍ଥିତ ରହି ଭlଗବତଙ୍କର ଗୁଣଗାନ,ଯୁବ ପୀଢ଼ି ପାଇଁ ଏହା ମାର୍ଗଦର୍ଶକ, ଭାଗବତ ସ୍ୱୟଂ ଭଗବାନ l ସମାଜରେ ଶାନ୍ତି ଓ ମୁକ୍ତି ଭାଗବତ ପଠନ ଦ୍ୱାରା ମିଳି ଥାଏ ବୋଲି ମତପ୍ରଦାନ କରିଥିଲେ l ଉଦଯାପନୀ ଉତ୍ସବରେ ସୁଶ୍ରୀ ଅଭିଲିପ୍ସl ଦାଶ ଭଜନ ପରିବେଷଣ କରିଥିଲେ l

ସମ୍ମାନିତ ଅତିଥି ରୁପେ ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ଗୌରହରି ପ୍ରଧାନ ,ପ୍ରବଚକ ତଥା ପୂର୍ବତନ ଅଧ୍ୟକ୍ଷ ପ୍ରମୋଦ କୁମାର ମୁଖ୍ୟ ବକ୍ତlରୂପେ, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଶ୍ରୀ ଯୁକ୍ତ ଭଗବାନ ମହlସୁଆର ଓ ଯୋଗାଚାର୍ଯ୍ୟ ପଣ୍ଡିତ ରମlକlନ୍ତକର ସମ୍ମାନିତ ଅତିଥି ରୁପେ ଯୋଗ ଦେଇ ମହାପୁରlଣ ଭାଗବତ ଗ୍ରନ୍ଥର ମହାନତା ତଥା ସଂସାରର ସର୍ବ ଶ୍ରେଷ୍ଠ ଗ୍ରନ୍ଥ ବୋଲି ପ୍ରତିପାଦନ କରିଥିଲେ l ଆଲୋଚନା ଚକ୍ରରେ ବୈଷ୍ଣବ ଅନନ୍ତ ରାମ ଦାସ, ମହାରାଜ ରାମଦାସ, ଚନ୍ଦନ ମହାପାତ୍ର, ସୁରେନ୍ଦ୍ର ମହାନ୍ତି, କନକ ଲତା ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଭାରତୀ ବିଶୋଇ, ଶୁଭଶ୍ରୀ ଦାଶ ସନ୍ଧ୍ୟା ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଦୁର୍ଗା ପ୍ରସାଦ ଦlଶ, ମଧୁସ୍ମିତା ଦାଶ ଅଧ୍ୟାପକ ଡ଼. ବଳରାମ ଦାଶ , ଦୟାନିଧି ପଣ୍ଡା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ସବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l
