ନୟାପଲ୍ଲୀ ଯୋଗ ଜିଲ୍ଲା ର ଏନ୍-୩ ବିଡିଏ ପାର୍କ ର ନବମ ବାର୍ଷିକ ଉତ୍ସବ ଯୋଗଭ୍ୟାସ
ନୟାପଲ୍ଲୀ ଯୋଗ ଜିଲ୍ଲା ର ଏନ୍-୩ ବିଡିଏ ପାର୍କ ର ନବମ ବାର୍ଷିକ ଉତ୍ସବ ଯୋଗଭ୍ୟାସ ସହିତ ପରିବେଶ ସୁରକ୍ଷା ର ସଚେତନା ବାର୍ତ୍ତାକୁ ନେଇ ଏକ ନିଆରା ଢଙ୍ଗ ରେ ପାଳନ କରାଯାଇଥିଲା।ପ୍ରଥମ ଥର ପାଇଁ ପ୍ରଦୀପ ପ୍ରଜ୍ବଳନ ବଦଳରେ ଫୁଲ ଗଛ ଟିଏ ଲଗାଯାଇ ଉତ୍ସବ ର ଉଦଘାଟନ କରାଯାଇଥିଲା। ସମସ୍ତ ଅତିଥି ମାନଙ୍କୁ ଫୁଲ ତୋଡ଼ା ବଦଳରେ ଚାରା ଗଛ ପ୍ରଦାନ କରା ଯାଇଥିଲା। ଅଶ୍ଵସ୍ଥ ଗଛର ପତ୍ର ରେ ନିମନ୍ତ୍ରଣ ପତ୍ର ଲେଖା ଯାଇଥିଲା ଓ ଅତିଥି ମାନଙ୍କୁ ଦେବଦାରୁ ପତ୍ର ରେ ତିଆରି ବ୍ୟାଚ ପ୍ରଦାନ କରାଯାଇଥିଲା।

ଏହି କାର୍ୟ୍ଯକ୍ରମ ରେ ଭାରତୀୟ ଯୋଗ ସଂସ୍ଥାନ ର ଓଡିଶା ମୂଖ୍ୟ ଶ୍ରୀଯୁକ୍ତ ସୁରେଶ କୁମାର ମହାପାତ୍ର ମୁଖ୍ୟ ଅତିଥି ଓ ପ୍ରାନ୍ତ ସଦସ୍ୟା ଶ୍ରୀମତୀ ମଞ୍ଜୁଳା ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଥିଲେ। ମହାତ୍ମା ଗାନ୍ଧୀ ଯୋଗ ଜିଲ୍ଲା ର ଜିଲ୍ଲା ପ୍ରଧାନ ଶ୍ରୀ ହୣଷିକେଶ ନନ୍ଦ, ଜିଲ୍ଲା ମନ୍ତ୍ରୀ ଶ୍ରୀ କେଦାରନାଥ ପାଢ଼ୀ, ନୟାପଲ୍ଲୀ ଯୋଗ ଜିଲ୍ଲା ର ଜିଲ୍ଲା ପ୍ରଧାନ ଶ୍ରୀ ପ୍ରଦୀପ୍ତ କୁମାର ମହାନ୍ତି, ଜିଲ୍ଲା ମନ୍ତ୍ରୀ ଜ୍ୟୋତିର୍ମୟ ରଥ ଓ ଜିଲ୍ଲା ସଂଗଠନ ମନ୍ତ୍ରୀ ଜୟଶ୍ରୀ ପଣ୍ଡା ଓ ଜିଲ୍ଲାର ଶତାଧିକ ସାଧକ ସାଧିକା ମାନେ ଯୋଗ ଦେଇଥିଲେ।ଶ୍ରୀମତୀ ପୁଷ୍ପିତା ପଣ୍ଡା କ୍ଷେତ୍ର ମନ୍ତ୍ରୀ ଓ ଶ୍ରୀମତୀ ପୁଷ୍ପିତା ଦାସ କେନ୍ଦ୍ର ପ୍ରମୁଖ ଓ ଅନ୍ୟ ସାଧିକା ମାନେ ଯୋଗଭ୍ୟାସ କରାଇଥିଲେ।ଶ୍ରୀମତୀ ଶୁଭ୍ରସିମା ମହାନ୍ତି ଦକ୍ଷତାର ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
