ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଯୁବ ସମ୍ମିଳନୀ

କାମାକ୍ଷାନଗର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଉପଖଣ୍ଡ ସ୍ତରୀୟ ସମ୍ମିଳନୀ ସ୍ଥାନୀୟ ଗଡଜାତ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ସମ୍ମିଳନୀରେ କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼, ଭୁବନ ଆଦି ୪ ଗୋଟି ବ୍ଲକ ରୁ ଦୁଇ ସହ ରୁ ଉର୍ଦ୍ଧ ଯୁବକ ଅଂଶ ଗ୍ରହଣ କରିଥିଲେ l ଏଥିରେ ଯୁବକ ମାନଙ୍କର ଦେଶଭକ୍ତି ର ଭାବନା, ନିର୍ମାଣ ତଥା ହିନ୍ଦୁ ଧର୍ମ ର ସଂସ୍କୃତି ରକ୍ଷା କରି ଭାରତ କୁ ବିଶ୍ୱ ଗୁରୁ ସ୍ଥାନରେ ପୁନଃ ପ୍ରତିଷ୍ଠା କରିବାର ମୂଳ ଉଦେଶ୍ୟ ରହିଥିଲା l ଏହି ସମ୍ମିଳନୀରେ ଉତ୍କଳ ପ୍ରାନ୍ତ ର ସେବା ପ୍ରମୁଖ ଶାନ୍ତନୁ ମାଝୀ,ସାହ ପ୍ରାନ୍ତ କାର୍ଯ୍ୟବାହ ସୁଦର୍ଶନ ଦାସ, ବିଭାଗ ବୈଷୟିକ ମୁଖ୍ୟ ଶଶିକାନ୍ତ ଦାସ, ସଂଘ ଚାଳକ ହୃଦାନନ୍ଦ ଶତପଥୀ, ଜିଲ୍ଲା ସଂଘ ଚାଳକ ଅଶୋକ ଭଞ୍ଜ, ଉପଖଣ୍ଡ ର ସଂଘ ଚାଳକ ଶ୍ରୀରାମ ରାଉତ ପ୍ରମୁଖ ମଞ୍ଚାସିନ ଥିଲେ l ଜିଲ୍ଲାର ଶାରୀରିକ ପ୍ରମୁଖ ରାଜେନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ l ଯୁବ ସମ୍ମିଳନୀର ସମସ୍ତ କାର୍ଯ୍ୟ ଜିଲ୍ଲା ପ୍ରଚାରକ ବାସୁଦେବ ସାହୁଙ୍କ ତତ୍ୱାବଧାନରେ ସମ୍ପର୍ଣ୍ଣ ହୋଇଥିଲା l

Leave a Reply

Your email address will not be published. Required fields are marked *