ଲୋକନାଟକ ଗ୍ରାମୀଣ ଜନଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ : ମହାସଚିବ

ବ୍ରହ୍ମପୁରରେ, ତା. ୧୯/୧୦ : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ମହାସଚିବ ସୁବାସ ଚନ୍ଦ୍ର ସାହୁ ସୁରଙ୍ଗୀ-ସୁମାଣ୍ଡି ଠାରେ ଆୟୋଜିତ ସାଂସ୍କୃତିକ ମହୋତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କଳାକାର ତଥା ଶ୍ରଦ୍ଧାଳୁଙ୍କୁ ଲୋକନାଟକ ଗ୍ରାମୀଣ ଜନଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେତୁ ତାହାକୁ ଯଥାର୍ଥ ସହାୟତା ଯୋଗାଇବା ସହ ସୁରକ୍ଷା ପ୍ରତି ସଚେତ ରହିବା ଉଚିତ ବୋଲି ଉଦବୋଧନ ଦେଇଥିଲେ। ସୁମାଣ୍ଡି- ମା’ ମଙ୍ଗଳା ନାଟ୍ୟ ସଂଘ ପରିଚାଳକ ମନୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରାଥୀତ୍ ଯଶା ଲୋକ ନାଟକ ନିର୍ଦ୍ଦେଶକ ଗୋକୁଳ ପ୍ରଧାନ, ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ, ଗ୍ରାମୀଣ ନାଟ୍ୟ ସଂଗଠକ ଶ୍ରୀଧର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।

ବରିଷ୍ଠ କଳାକାର ପାଣ୍ଡବ ପ୍ରଧାନଙ୍କ ସଂଯୋଜନା କ୍ରମେ ମହାସଂଘ ପକ୍ଷରୁ ପ୍ରତିଭାଧର କଳାକାରମାନଙ୍କୁ ସମ୍ବର୍ଦ୍ଧନା ଓ ପରିବେଷଣକାରୀ ଦଳର କଳାକାରମାନଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା। କ୍ଷୀରୋଦ ପ୍ରଧାନଙ୍କ ମାନସିକ ପୂତ୍ତ୍ୟାର୍ଥେ ଆୟୋଜିତ ଏହି ସାଂସ୍କୃତିକ ଉତ୍ସବରେ ବମକୋଇ, ଶ୍ରୀଶ୍ରୀ ଗୋପୀନାଥ ନାଟ୍ୟ ସଂଘ ପ୍ରଯୋଜିତ ଲୋକ ନାଟକ ‘ପ୍ରହଲ୍ଲାଦ ନାଟକ’ ପରିବେଷଣ କରାଯାଇଥିଲା। ଏଥିରେ ସର୍ବଶ୍ରୀ ଗୋକୁଳ ପ୍ରଧାନ, ପାଣ୍ଡବ ପ୍ରଧାନ, ଶୁଭମ୍ ପ୍ରଧାନ, ସଞ୍ଜୟ ରମୁଣୀ, kanha ପ୍ରଧାନ, ପ୍ରଦୀପ ପ୍ରଧାନ, ମୀନକେତନ ସାହୁ, ଦଣ୍ଡପାଣି ପାତ୍ର, ଖାଲି ପ୍ରଧାନ, ବାବୁଲା, ଧନୁ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ବୁଦ୍ଧିରାମ, ରାମ, ପ୍ରତାପ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *