ନବଘନ ସାସମଲ ସାହିତ୍ୟ ସଂସଦ ପକ୍ଷରୁ ବାର୍ଷିକ ଉତ୍ସବ ଓ ସାହିତ୍ୟ ଆସର

କାକଟପୁର – କାକଟପୁର ବ୍ଲକ ଅନ୍ତର୍ଗତ ନରଣପୁର ଗ୍ରାମରେ ନବଘନ ସାସମଲ ସାହିତ୍ୟ ସଂସଦ ଓ ବିଶ୍ଵନାଥ ମହିଳା ଗୋଷ୍ଠୀ ପକ୍ଷରୁ ରବିବାର ବାର୍ଷିକ ଉତ୍ସବ ଓ ସାହିତ୍ୟ ଆସର ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ସଭାନେତ୍ରୀ ଦୀପ୍ତି କୁମାରୀ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବର ପ୍ରଥମ ଅଧିବେଶନରେ କବିତା ପାଠ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିଥି ଭାବେ କୈଳାସ ଚନ୍ଦ୍ର ଦାସ, ସୌଦାମିନୀ ଦାସ, ସୁକାନ୍ତ କୁମାର ଖୁଣ୍ଟିଆ, ପ୍ରଫୁଲ୍ଲ କୁମାର ଷଡଙ୍ଗୀ, ମାନସୀ ବେହୁରା, ମନୋଜ କୁମାର ସାହୁ, ସାଧୁ ଚରଣ ବିଶ୍ବାଳ, ତ୍ରିଲୋଚନ ବିଶ୍ଵାଳ ପ୍ରମୁଖ ମଞ୍ଚାସିନ ହୋଇ କବିତା ଗୁଡ଼ିକ ସମୀକ୍ଷା କରିବା ସହିତ କବିତା ପାଠ କରିଥିଲେ।

ପରେ ପରେ ଦ୍ଵିତୀୟ ଅଧିବେଶନରେ ସଭାନେତ୍ରୀ ଦୀପ୍ତି କୁମାରୀ ମହାନ୍ତିଙ୍କ ସଭାପତିତ୍ବରେ ଶକ୍ତିପୂଜା ଉପରେ ସାହିତ୍ୟ ଆଲୋଚନା କରାଯାଇଥିଲା। ଅତିଥି ଭାବେ ପ୍ରସିଦ୍ଧ ବ୍ୟଙ୍ଗକବି ସମ୍ପଦ କୁମାର ରଥ, ସମାଜସେବୀ ଅଶୋକ କୁମାର ଶତପଥି, କବି ବୈଷ୍ଣବ ଲେଙ୍କା, କବି ପ୍ରଭାତ ତରାଇ ପ୍ରମୁଖ ଯୋଗଦେଇ ସାହିତ୍ୟ ଆଲୋଚନା କରିଥିଲେ। ପରିଶେଷରେ ସାହିତ୍ୟ, ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ନିମନ୍ତେ ସଫଳ ବ୍ୟକ୍ତିବିଶେଷ ମାନଙ୍କୁ ମାନପତ୍ର, ଉପଢୌକନ ସହ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ନବଘନ ସାସମଲ ସାହିତ୍ୟ ସଂସଦ ସମ୍ପାଦକ ହୃଦାନନ୍ଦ ସାସମଲ ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦିକା ସୁନନ୍ଦା ରାଉତ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *