ପ୍ରସ୍ତାବିତ ମାଛ ମାର୍କେଟ ଜାଗାକୁ ଜବରଦଖଲ।
କୋଣାର୍କ():- କୋଣାର୍କ ଏନ୍ ଏ ସି ପକ୍ଷରୁ ପ୍ରସ୍ତାବିତ ମାଛ ମାର୍କେଟ ଓ ପରିବା ଦୋକାନ ପାଇଁ ଚିହ୍ନଟ ପ୍ଲଟରେ ସ୍ଥାୟୀ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି। ପ୍ରଥମେ କୋଣାର୍କ ସୁର୍ଯ୍ୟ ମନ୍ଦିର ସମ୍ମୁଖରେ ରାଜରାସ୍ତାକୁ ଅବରୋଧ କରି ଦୋକାନ କରିବା ପରେ କୋଣାର୍କ ପୁରୀ ନୂତନ ଛ ଲେନ ଦୁଇ ପାର୍ଶ୍ଵରେ ଥିବା ଡ୍ରେନକୁ ଦଖଲ କରି ବ୍ୟବସାୟୀ ମାନେ ଦୋକାନ କରିଥିବା ଦେଖିବାକୁ ମିଳିଛି।ଯାହାକି ବିଶ୍ଵ ଐତିହ କୋଣାର୍କ ସହରର ଛବିକୁ ବିଶ୍ଵ ଦରବାରରେ ମଳିନ କରୁଥିବା ଚର୍ଚ୍ଚା ଧରିଛି।ସେହିପରି କୋଣାର୍କ ବସ ଷ୍ଟାଣ୍ଡ ନିକଟରେ କୋଣାର୍କ ଏନ୍ ଏ ସି ପକ୍ଷରୁ ମାଛ ମାର୍କେଟ ଓ ପରିବା ଦୋକାନ ପାଇଁ ଭେଣ୍ଡିଙ୍ଗ ଜୋନ ନିର୍ମାଣ ପାଇଁ ପରିଷଦ ପକ୍ଷରୁ ଜାଗା ଚିହ୍ନଟ କରାଯାଇ ଥିବା ବେଳେ ଉକ୍ତ ଚିହ୍ନଟ ଜାଗାକୁ ଜବର ଦଖଲ କରି ସ୍ଥାୟୀ ନିର୍ମାଣ ହେଉଥିବା ପରିଲକ୍ଷିତ ହୋଇଛି। ବ୍ୟବସାୟୀ ମାନଙ୍କୁ ଥଇଥାନ କରାଯିବା ପାଇଁ କୋଣାର୍କ ମାର୍କେଟ କମ୍ପ୍ଲେକ୍ସର ପରି କଳ୍ପନା କରାଯାଇ ଥିବା ବେଳେ ସେଠାରେ ଦୋକାନ ଗୃହ ଭଡାଦେଇ ରାସ୍ତା ପାର୍ଶ୍ବକୁ ଦଖଲ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ରାସ୍ତା, ଡ୍ରେନ ପରେ ପ୍ରସ୍ତାବିତ ମାଛ ମାର୍କେଟ ଜାଗାକୁ ଜବରଦଖଲ କରାଯିବ ଯାହାକି ଅଞ୍ଚାଲରେ ଆଲୋଚ୍ୟର ବିଷୟ ହୋଇଛି।ଜିଲ୍ଲା ପ୍ରଶାସନ ଓ ରାଜସ୍ଵ ବିଭାଗ ସମେତ ସ୍ଥାନୀୟ ଏନ୍ ଏ ସି ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ପ୍ରକାଶ ପାଇଛି।
