ନବରଙ୍ଗପୁର ଦମକଳ ବାହିନୀର ନୂତନ ସରଞ୍ଜାମର ଉଦଘାଟନ କାର୍ଯ୍ୟକ୍ରମ।

ନବରଙ୍ଗପୁର ଦମକଳ ବାହିନୀର ନୂତନ ସରଞ୍ଜାମର ଉଦଘାଟନ କାର୍ଯ୍ୟକ୍ରମ।ଆଜି ନବରଙ୍ଗପୁର ଦମକଳ ବାହିନୀ ଦ୍ୱାରା ପ୍ରାକୃତିକ ଦୁର୍ବିପାକ ସମୟରେ ବ୍ୟବହାର ହଉଥିବା ନୂତନ ସରଞ୍ଜାମର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ଯୋଗଦାନ କରିଥିଲେ। ଏହି ସରଞ୍ଜାମ ଗୁଡିକର ଯୋଗଦାନ ଦମକଳ ବିଭାଗ କାର୍ଯ୍ୟ କ୍ଷମତାକୁ ସୁଦୃଢ କରିବ ବୋଲି ବିଧାୟକ ମତ ବ୍ୟକ୍ତ କରିଥିଲେ । ନବରଙ୍ଗପୁର ଦମକଳ ବାହିନୀ ଦ୍ୱାରା ମୋକ ଡ୍ରିଲ ମାଧ୍ୟମରେ ଏହି ସରଞ୍ଜାମର ବ୍ୟବହାର ଗୁଡିକ ବିଷୟରେ ଦର୍ଶା ଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଦମକଳ ବାହିନୀର ଏ ଏଫ ଓ ଶ୍ରୀ ଦେବୀ ପ୍ରସାଦ ଦାସ, ସୁପରିଟେଣ୍ଡେଣ୍ଟ ଅଧିକାରୀ ଶ୍ରୀ ପ୍ରସାଦ ବେହେରା,ଏ ଏସ ଓ ଚନ୍ଦ୍ର ଶେଖର ମାଝୀ, ହାବିଲଦାର କମଳାକାନ୍ତ ଦାସ ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *