ଦୀପାବଳିକୁ ଧୁମଧାମରେ ପାଳିଲେ ଜାପାନୀ ପର୍ଯ୍ୟଟକ
ପୁରୀ : ପବିତ୍ର ଆଲୋକର ପର୍ବ ଦୀପାବଳିକୁ ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପରିସରରେ ସୋମବାର ସନ୍ଧ୍ୟା ରେ ଧୁମ୍ଧାମରେ ପାଳିଛନ୍ତି ଜାପାନୀ ପ ର୍ଯ୍ୟଟକ । ଓଡ଼ିଶାର ଘରେ ଘରେ ଦୀପ ଜଳିବା ସହିତ ଯେଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କାଉଁରିଆରେ ବଡ଼ବଡ଼ିଆ ଡକାଯାଇଥାଏ। ସେହିଭଳି ଜାପାନରେ ତାହାକୁ ଓବମ୍ ବୋଲି କୁହାଯାଇଥାଏ।

ସେଣ୍ଟର ପକ୍ଷରୁ ସେମାନଙ୍କୁ ଦୀପାବଳି ପର୍ବ ସମ୍ପର୍କରେ ଜାପାନୀ ଭାଷାରେ ବୁଝାଯିବା ପରେ ସେମାନେ ଅତ୍ୟନ୍ତ ଖୁସି ହୋଇ ଓଡିଶାର ପାମ୍ପରିକ ପୋଷାକ ପିନ୍ଧି ବା ସହ ମୁରୁଜରେ ରଙ୍ଗୋଲି ପକାଇ ପର୍ବକୁ ଉତ୍ସାହ ସହକାରେ ପାଳନ କରିଥି ଲେ । ଅନ୍ୟପକ୍ଷରେ ପୃଥିବୀ ପୃଷ୍ଠକୁ ସୁର କ୍ଷିତ ରଖିବା ଲାଗି ଦୀପାବଳିରେ ପ୍ରଦୂଷଣ ବାଣକୁ ବ୍ୟବହାର ନ କରି କେବଳ ଦୀପ ଜଳାଇ ପର୍ବ ପାଳନ ହୋଇଥିବା ସେଣ୍ଟର ସଭାପତି ଶ୍ରୀମନ୍ତ କୁମାର ଦାଶ ସୂଚନା ଦେଇଛନ୍ତି ।
