କାରିଗର ମାନଙ୍କ ଆଗାମି ଭବିଷ୍ୟତ ନିମନ୍ତେ ଆଲୋଚନା ଚକ୍ର ଅନୁଷ୍ଠିତ

ଧର୍ମଶାଳା- ଓଡିଶା ହାଣ୍ଡିକ୍ରାଫ୍ଟ୍ ଆୱାଡି ଆସୋସିଏସନ ଯାଜପୁର ଜିଲ୍ଲା ଶାଖାର ଏକ ବୈଠକ ଧର୍ମଶାଳା ବ୍ଲକ ଜାରକା ତ୍ରିନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ରାଜ୍ୟ ହସ୍ତଶିଳ୍ପ କଳାକୃତି ସମ୍ମାନ ପାଇଥିବା ପ୍ରସ୍ତରଶିଳ୍ପୀ ଅନନ୍ତ ମହାରଣାଙ୍କ ଅଧକ୍ଷତା ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବରେ ସମାଜସେବୀ ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ମୂଖ୍ୟବକ୍ତା ଭାବରେ ଜାତୀୟ ହସ୍ତଶିଳ୍ପ ପୁରସ୍କାରପ୍ରାପ୍ତ ହସ୍ତଶିଳ୍ପୀ ମହେଶ୍ୱର ଓଝା ଓ ହସ୍ତଶିଳ୍ପ ଜିଲ୍ଲା କର୍ମଜିବୀ ସଂଘର ସଭାପତି କଳ୍ପତରୁ ମହାରଣା ଯୋଗଦେଇ କାରିଗର ମାନଙ୍କ ଆଗାମି ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ।ସରକାରଙ୍କ ହସ୍ତଶିଳ୍ପ କାରିଗରଙ୍କ ନିମନ୍ତେ ଯେଉଁ ନିୟମାବଳୀ ପ୍ରସ୍ତୁତ କରିଛନ୍ତି କିମ୍ବା ଆଗକୁ ଯୋଉ ନିୟମାବଳୀ ପ୍ରସ୍ତୁତ କରିବେ ସେଗୁଡିକ ଯେପରି ଆଗାମି ଭବିଷ୍ୟତରେ ନୂତନ କାରିଗର ସୃଷ୍ଟି କରିବାରେ ସହାୟକ ହେଉଥିବ।ଯେଉଁ ସବୁ ତାଲିମ କାର୍ଯ୍ୟକ୍ରମ ଚାଲୁଅଛି ସେଗୁଡିକ ସରକାରଙ୍କ ନିୟମ ଅନୁସାରେ ଚାଲୁବୋଲି ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାରପ୍ରାପ୍ତ ଶିଳ୍ପୀ ଓ ଜିଲ୍ଲା ସଂପାଦକ ପ୍ରଫୁଲ ମହାରଣା ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ,ରଜତ ସାହୁ,ପ୍ରଦୀପ ମହାରଣା,ସୁରେସ ଗୁଇଁ,ଡଲିସ୍ମିତା ସାହୁ, ମଞୁଳା ମଞରୀ ମହାରଣା,ଭାଗ୍ୟବତୀ ଓଝା,ପ୍ରଭାତୀ ଓଝା,ଶଙ୍କର ମହାରଣା, ପ୍ରଭାକର ମହାରଣା ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ସମାଜସେବୀ ଅକ୍ଷୟ କୁମାର ପଣ୍ଡାଙ୍କୁ ସଂଘର ନିଷ୍ପତି ଅନୁସାରେ ସଂଘର ଉପଦେଷ୍ଟା ଭାବରେ ଗ୍ରହଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *