କାଳିପୂଜା ଅବସରରେ ସ୍ମାର୍ଟଗ୍ରାମ କଲରାବାଙ୍କରେ ଅନୁଷ୍ଠିତ ହୋଇଛି ମା ଦକ୍ଷିଣ କାଳୀ ପୂଜା।

ରଘୁନାଥପୁର ତା ୨୧/୧୦-ରଘୁନାଥପୁର ନିକଟ ସ୍ମାର୍ଟ ଗ୍ରାମ କଲରାବାଙ୍କରେ ପବିତ୍ର ଦୀପାବଳି ଓ କାଳିପୂଜା ଅବସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମା ଦକ୍ଷିଣକାଳି ଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି।ସୋମବାର ମଧ୍ୟରାତ୍ରିରେ ମା ଙ୍କ ଚକ୍ଷୁଦାନ କରାଯାଇ ମଙ୍ଗଳବାର ମା ଙ୍କ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା।ଏଥିର କିସ୍ ଓ କିଟ୍ ର ପ୍ରତିଷ୍ଠାତା ଡ଼ ଅଛୁତ ସାମନ୍ତ ଯୋଗଦେଇ ମା ଙ୍କ ଆଶିଷ ଲାଭ କରିଥିଲେ।ମା ଙ୍କ ଦର୍ଶନ ପାଇଁ କଟକ, ଜଗତସିଂହପୁର,କେନ୍ଦ୍ରାପଡ଼ା ଓ ଓଡିଶା ର ବିଭିନ୍ନ ଜିଲ୍ଲା ରୁ ଲକ୍ଷଲକ୍ଷ ଭକ୍ତଙ୍କ ଭିଡ ଏଠାରେ ଜମିବାରେ ଲାଗିଛି।ଭକ୍ତ ମାନେ ମା ଙ୍କ ଦର୍ଶନ କରିବାସହିତ ମିନାବଜାର ଓ ଅପେରା ପାଟିର ମଜାନେଉଥିବା ଦେଖିବାକୁ ମିଳିଛ।କଲରାବାଙ୍କ ଗ୍ରାମସମିତି ଦ୍ବାରା ଆୟୋଜିତ ମା ଦକ୍ଷିଣ କାଳୀଙ୍କୁ ଆସନ୍ତା ଶୁକ୍ରବାର ବିଷର୍ଜନ ପୂଜା କରାଯାଇ ମା ଙ୍କ ଭଶାଣି ଯାତ୍ର ଅନୁଷ୍ଠିତ ହେବ ବୋଲି ଗ୍ରାମସମିତି ସଭାପତି ଅଞନ କୁମାର ଶାମନ୍ତ ଓ ସମ୍ପାଦକ ଅଭିନ୍ନ ଚନ୍ଦ୍ର କେଶ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ସମିତିର ବିଜୟ କୁମାର ଗୁପ୍ତ,ଅଶୋକ କୁମାର ତା,ଶାନ୍ତନୁ କୁମାର ସାମନ୍ତ ଓ ଗ୍ରାମବାସୀ ମାନ ଙ୍କ ସହଯୋଗ ରେ ଅନୁଷ୍ଠିତ ହେଉଛି।ପ୍ରଚଣ୍ଡ ଭିଡକୁ ଲକ୍ଷ କରି ଆଇନ ସୣଙ୍ଖଳାପାଇଁ କଲାରାବାଙ୍କ ଫାଣ୍ଡି ଓ କିଶାନନଗର ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *