ରାଇକିଆ ବଣିକ ସଂଘ ପକ୍ଷରୁ ମା ଶ୍ୟାମା କାଳୀ ପୂଜା ପାଳିତ

ରାଇକିଆ, ତା 21/10/25 କନ୍ଧମାଳ ଜିଲ୍ଲା ରାଇକିଆ ବଣିକ ସଂଘ ପକ୍ଷରୁ ପ୍ରତି ବର୍ଷ ଭଳି ଏହିଁ ବର୍ଷ ମଧ୍ୟ ଧାର୍ମିକ ଉତ୍ସାହର ସହିତ ମା ଶ୍ୟାମା କାଳୀ ଙ୍କ ପୂଜା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର ମଧ୍ୟ ରେ ସଂଘର ସଭାପତି ପଦ୍ମଚରଣ ପଣ୍ଡା, ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ଲେଙ୍କା ଙ୍କ ନେତୃତ୍ୱରେ ପାଳିତ ହୋଇ ଯାଇଅଛି। “ମା ଶ୍ୟାମା କାଳୀଙ୍କ ପୂଜା ଆମ ସମସ୍ତ ବଣିକ ଭାଇ ଓ ଜନସାଧାରଣ ଙ୍କ ଏକତାର ପ୍ରତୀକ। ଏହି ଉତ୍ସବ ମାଧ୍ୟମରେ ଆମେ ସାମାଜିକ ସମନ୍ୱୟ ଓ ଭାଇଚାରା ର ମନୋଭାବ କୁ ଆଗେଇ ନେବାର ସଂକଳ୍ପ ନେଇଅଛୁ ଏହି ବାର୍ତ୍ତା ସଂଘ ର ସଭାପତି ପଦ୍ମ ଚରଣ ପଣ୍ଡା ପ୍ରଦାନ କରିଛନ୍ତି।ଏହି ଭାବମୟ କାର୍ଯ୍ୟକ୍ରମ ରେ ବଣିକ ସଂଘ ପରିଚାଳନା କମିଟି ର ସମସ୍ତ ସଦସ୍ୟ ଅନେକ ଭକ୍ତ ଓ ସଂଘ ର ସଦସ୍ୟ ମାଆ ଙ୍କ ପୂଜା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ମାଆ ଙ୍କ ଆଶିଷ ଲାଭ କରିଥିଲେ l

Leave a Reply

Your email address will not be published. Required fields are marked *