ସମବାୟ ଏକ ଉନ୍ନତ ଜୀବନ ଶୈଳିର ମାଧ୍ୟମ
ରଘୁନାଥପୁର ତା:-୨୧.୧୦.-ସୋମବାର ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକର ତାରପୁର ଠାରେ ଜୟ କିଶାନ ମଲ୍ଟି ପରପସ୍ କୋଅପରେଟିଭ୍ ସୋସାଇଟର ୩୦ ତମ ପ୍ରତିଷ୍ଠା ଦିବସ ଓ ବେଷ୍ଟ କୋଅପରେଟିଭ୍ ଆୱାର୍ଡ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଭୁବନେଶ୍ୱରର ଡେପୁଟି ରେଜିଷ୍ଟାର କୋଅପରେଟିଭ୍ ର ଅବସର ପ୍ରାପ୍ତ ଡି.ଆର.ସି.ଏସ. ଶ୍ରୀ ଲଳିତ କୁମାର ବିଶ୍ୱାଳ ଯୋଗଦେଇ, ସମବାୟ ଏକ ଉନ୍ନତି ଜୀବନ ଶୈଳୀର ମାଧ୍ୟମ ବୋଲି ପ୍ରକାଶ କରିଥିଲେ। ଏହି ଉତ୍ସବରେ ଅତିଥି ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ଦାଶ, ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷାବିତ ଓ ସମାଜ ସେବି ଶ୍ରୀ ସୁରେଶ ଚନ୍ଦ୍ର ରାଉତ, କାଯ୍ୟରତ ଏସ.ଆର.ସି. ଏସ ଶ୍ରୀ ରଖାଲ ଚନ୍ଦ୍ର ସାମଲ, ଭାଷା ଓ ଭାବନାର ସଂପାଦକ ଶ୍ରୀ ସୁକାନ୍ତ କୁମାର ପ୍ରଧାନ ଏବଂ ଚିତ୍ରା ଚିନ୍ମୟୀ ଦାଶ କାଯ୍ୟରତ ଏସ.ଆର.ସି.ଏସ, ଜଗତସିଂହପୁର ସର୍କଲ, ଯୋଗଦେଇ ; ସମବାୟ ଗ୍ରାମ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମତବ୍ୟକ୍ତ କରିଥିଲେ।ମନୁଷ୍ୟର ଅର୍ନ୍ତନିହିତ ଗୁଣମାନଙ୍କ ମଧ୍ୟରୁ ସମବାୟ ବା କୋଅପରେଟିଭ୍ ଏକ ଦିବ୍ୟଗୁଣ। ଅନୁଷ୍ଠାନ ସଭାପତି ଚଣ୍ଡି ପ୍ରସାଦ ସିଂହ ସଭାପତିତ୍ୱ ସଭାରେ ପୂର୍ବ ସଂପାଦକ ଅନୁଷ୍ଠାନ ବିଷୟରେ ସୂଚନା ଦେବାବେଳେ ସଂପାଦକ ନାରାୟଣ ଚନ୍ଦ୍ର ଗିରୀ ବିବରଣୀ ପାଠ କରିଥିଲେ। ଏହି କାଯ୍ୟକ୍ରମ କୁ ଅନୁଷ୍ଠାନ ଉପ ସଭାପତି ଶକୁନ୍ତଳା ପରିଜା, ସୀମା ମହାପାତ୍ର, ଲକ୍ଷ୍ମଣ କୁମାର ଦାଶ, ମନୋଜ କୁମାର ସ୍ୱାଇଁ, ଅଭିଜିତ ସିଂହ, ହିମାଶୁଂ ଶେଖର ପଟ୍ଟନାୟକ, ରାକେଶ କୁମାର ବିଶ୍ୱାଳ, ହେମନ୍ତ କୁମାର ପଟ୍ଟନାୟକ, ବରିଷ୍ଠ କ୍ଷେତ୍ର କର୍ମଚାରୀ ବଳରାମ ସେଠୀ, ଯତୀଦ୍ର ନାଥ ପ୍ରଧାନ, କାହ୍ନୁ ଚରଣ ପାତ୍ର, ସୁଶୀଲ କୁମାର ନାୟକ, ସୁଶୀଲ କୁମାର ଦାଶ, କୃଷ୍ଣ ମୋହନ ଚକ୍ରବର୍ତ୍ତୀ, ରବୀନ୍ଦ୍ର ନାଥ ସାହୁ, ରାଜେଶ କୁମାର ବାରିକ, ସୁବୋଧ କୁମାର ବାରିକ, ସନାତନ ନାୟକ, ରାଜୀବ ଲୋଚନ ମଲ୍ଲ, ସୁସାନ୍ତ କୁମାର ବିଶ୍ୱାଳ, ରମେଶ ଚନ୍ଦ୍ର ଭୋଇ, ଦିଲ୍ଲୀପ କୁମାର ନାୟକ, ଦୀପ୍ତି ଜୀବନ ସାହୁ, ଭାରତ ଭୂଷଣ ସ୍ୱାଇଁ, ଶଶୀକାନ୍ତ ନାୟକ, ଅବକାଶ ନାୟକ। ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
