ମାନବ ସେବା ସମିତି ତରଫରୁ ବାଣ ନୁହେଁ ହସ ଫୁଟାଇବା ବାର୍ଷିକ ଉତ୍ସବ ପାଳିତ
ଯାଜପୁର : ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ମାନବ ସେବା ସମିତି ତରଫରୁ ବାର୍ଷିକ ଉତ୍ସବ ଯାଜପୁରରୋଡ ସ୍ଥିତ ଗାନ୍ଧୀ ବସ୍ତିଠାରେ ପାଳିତ ହୋଇଯାଇଛି। ଏହି ଅନୁଷ୍ଠାନ ଦୀର୍ଘ ବର୍ଷ ଧରି ଯାଜପୁର ଜିଲ୍ଲାର ଆଖପାଖ ଅଞ୍ଚଳରେ ନିଜର ସାମାଜିକ କାର୍ଯ୍ୟ ପାଇଁ ପ୍ରଶଂସାର ମୁଖପାତ୍ର ପାଲଟିଛି। ପ୍ରତିବର୍ଷ ଏହି ଅନୁଷ୍ଠାନ ଦିପାବଳୀରେ ବାର୍ଷିକ ଉତ୍ସବ ପାଳନ କରିଥାଏ। ଏହିଦିନ “ବାଣ ନୁହେଁ ସମସ୍ତଙ୍କ ମୁହଁରେ ହସ ଫୁଟାଇବା” ଏହି ସଙ୍ଗଠନର ମୂଖ୍ୟ ଉଦ୍ଦେଶ୍ୟ। ସମାଜର ନିମ୍ନ ସ୍ତରରେ ଥିବା ଲୋକଙ୍କୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କରାଯାଇଥାଏ। ଏହି ଅନୁଷ୍ଠାନ ବହୁତ ସମୟରେ ଖାଦ୍ୟ ବଣ୍ଟନ କରିବା, ବସ୍ତ୍ର ଦାନ କରିବା, ପିଲାଙ୍କୁ ଶିକ୍ଷାଦାନ କରିବା, ବ୍ରୁକ୍ଷ୍ୟରୋପଣ କରିବା ସହିତ କ୍ୟାମ୍ପ୍ କରି ରକ୍ତଦାନ କରିବା ଭଳି ମହାନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାଏ। ଆଜି ବାର୍ଷିକ ଉତ୍ସବରେ ଉକ୍ତ ବସ୍ତିର ସମସ୍ତ ବାସିନ୍ଦାଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିବା ସହିତ ସମସ୍ତଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟାଟାଷ୍ଟିଲର କାର୍ଯ୍ୟରତ୍ ମେକାନିକାଲ ମେଣ୍ଟେନାନ୍ସର ଚିଫ୍ ଶଙ୍କର ବିଶ୍ବାସ ଯୋଗଦାନ କରିବା ସହିତ ବସ୍ତିର ଲୋକମାନଙ୍କର ସୁବିଧାଅସୁବିଧା ବୁଲି ଦେଖିଥିଲେ। ଅନ୍ୟତମ ଅତିଥି ଭାବେ ଟାଟାଷ୍ଟିଲର କାର୍ଯ୍ୟରତ ଡାକ୍ତର ତଥା ସମାଜସେବୀ ପ୍ରଶାନ୍ତ କୁମାର ଦାସ, ଯୁବ ସମାଜସେବୀ ପ୍ରିତିରଞ୍ଜନ ସାହୁ, ସମାଜସେବୀ ରାଜେଶ ରାଉତ, ସୁଜାତା ପରିଡା, ପଦ୍ମଲୋଚନ ମହାରଣା, ମନୋରମା ପରିଡା, ସୁଚିତ୍ରା ରଥ, ଜ୍ୟୋତି ପ୍ରକାଶ ଭୂୟାଁ, ପ୍ରଶାନ୍ତ କୁମାର ପାତ୍ର, ଅକ୍ଷୟ କୁମାର ଜେନା ପ୍ରମୁଖ ଯୋଗଦାନ ଦେଇଥିଲେ। ଅତିଥିମାନଙ୍କ ଦ୍ବାରା ସମସ୍ତ ବସ୍ତିବାସିନ୍ଦାଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା। ବହୁ ସ୍ବେଚ୍ଛାସେବୀଙ୍କୁ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ସହିତ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମାନବ ସେବା ସମିତି ତରଫରୁ ଶରତ ସାହୁ, ରତନ କୁମାର ସାହୁ, ପାର୍ଥସାରଥୀ ସାହୁ, କାମଦେବ ଦାସ, ହେମନ୍ତ ଜେନା, ବ୍ୟାସଦେବ ସାହୁ, ନ୍ରୁସିଂହ ସାହୁ, ପଦ୍ମଲୋଚନ ବେହେରା, ସନାତନ ମାଝି, ରଞ୍ଜନ ରାଉତ, ପ୍ରିୟଙ୍କା ନାୟକ, ସ୍ରିଷ୍ଠି ଶର୍ମା ଆଦି ବହୁସଭ୍ୟ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଅନୁଷ୍ଠାନର କର୍ମୀ ପ୍ରଶାନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।
