ଛପଡା ରେଲୁୱ ଓଭରବ୍ରିଜ ର ସ୍ଥାଇତ୍ବକୁ ନେଇସନ୍ଧେହ।
Lରଘୁନାଥପୁର ତା ୨୧/୧୦-ପାରାଦ୍ୱୀପ ରୁ ଜିଲ୍ଲା ସଦର ମହକୁମାକୁ ସଂଯୋଗ କରୁଥିବା ଜଗତସିଂହପୁର ଜଇପୁର ରାସ୍ତା ଟି ଏକ ଗୁରୁତ୍ୱପୁର୍ଣ୍ଣ ବ୍ୟସ୍ତବହୁଳ ରାସ୍ତା।କଟକ ପାରାଦୀପ ରେଳପଥ ଏହିରାସ୍ତାକୁ ଛପଡା ଠାରେ ଅତିରେକ୍ରମ କରିଛି।ଏଠଖରେ ଦିର୍ଘ ସମୟଧରି ରେଳଫାଟକ ପଡିରହୁଥିବାରୁ ଆମ୍ବୁଲାନ୍ସ ସେବାଠାରୁ ଆରମ୍ଭ କରି ଦୈନଦିନ ଜୀବନରେ ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ବୁଖୀନ ହେଉଥିବା ନଜରରଖି ସରକାର ଏହି ରେଲୁୱେ ଫାଟକରେ ଓଭରବ୍ରିଜ ନିର୍ମାଣ ବ୍ୟବସ୍ଥା କରିଛନ୍ତି। ଏବେ ଏହିକାର୍ଯ୍ୟ ଚାଲୁରହିଛି।ଏହାର ନିର୍ମାଣ ଦାୟିତ୍ୱ ଜଗତସିଂହପୁର ପୂର୍ତ୍ତବିଭାଗ ତଥା ଜଇପୁର ସେକ୍ସନ କାର୍ଯ୍ୟାଳୟ ଅଧିନରେ ରହିଛି।ଏହି କାର୍ଯ୍ୟଟି ପ୍ରାୟ ୭୦ କୋଟି ରୁ ଉର୍ଦ୍ଧ ଟଙ୍କାରେ ନିର୍ମାଣ ଚାଲିଥିବାବେଳେ ଏହାର ୨୦୨୩ ମସିହା ରୁ କାର୍ଯ୍ୟଆରମ୍ଭ ହୋଇ ଜାନୁଆରୀ ୨୦୨୬ ଶେଷ ତାରିଖ ରହିଛି।ହେଲେ ଏପର୍ଯ୍ୟନ୍ତ ଏହାର ୪୦ଭାଗ କାର୍ଯ୍ୟ ସରିନାହିଁ। କିପରି ଏହି କାର୍ଯ୍ୟ ୨୬ ଜାନୁଆରୀ ରେ ସରିବ ତାହା ପୂର୍ତ୍ତବିଭାଗ ର ମୁଣ୍ଡବିନ୍ଧାର କାରଣ ପାଲଟିଥିବାବେଳେ ଜଇପୁର ସେକ୍ସସନ କାର୍ଯ୍ୟାଳୟ ରେ ପୂର୍ବରୁ ଥିବା କନିଷ୍ଠ ଯନ୍ତ୍ରୀଙ୍କ ତଦାରଖ ରେଏହି କାର୍ଯ୍ୟ ଟି ଦ୍ରୁତଗତିରେ ଆଇଥିଲେବି ତାଙ୍କ ବଦଳିପରେ ଏବେ ଏହା ଝିମେଇପଡିଥିବା ଲକ୍ଷ କରାଯାଇଛି।ଏହି ବ୍ରିଜ ର ରେଲୁୱେ ଫାଟକ ର ୯୫ମିଟର ରେଳବିଭାଗ ନିର୍ମାଣ କରୁଥିବା ବେଳେ ବାକି ଫାଟକର ଦୁଇପଟ ୪୦୦ମିଟର କାର୍ଯ୍ୟ ପୁର୍ତ୍ତବିଭାଗ ନିର୍ମାଣ କରୁଛି।ତେବେ ଏହି କାର୍ଯ୍ୟପାଇଁ ସେହି ସ୍ଥାନରେ ଢଳେଇ ପ୍ଲାଣ୍ଟ ବସାଇବାପାଇଁ ଠିକାଦାର ଙ୍କୁ ନିର୍ଦେଶ ରହିଥିଲେବି ଠିକାଦର ଜଣକ ଏଠାରେ ପ୍ଲାଣ୍ଟ ନବସାଇ ଆଜାକ୍ସ ଢଳେଇ ମେସିନ ରେ ମାଟିମିସା ଚିପସ କୁ ଗୋଳେଇ ବ୍ରିଜ କାର୍ଯ୍ୟକ ହେଉଥିବାରୁ ବ୍ରିଜର ସ୍ଥାଇତ୍ବ କୁ ନେଇ ସନ୍ଧେହ ସୣଷ୍ଟିକରିଛି।ଏହି ଠିକାଦାଙ୍କୁ ବିନା ପ୍ଲାଣ୍ଟ ରେ ପୂର୍ତ୍ତବିଭା କିପରି ମଞ୍ଜୁରିଦେଇଛି ତାହା ତଦନ୍ତ କରାଗଲେ ବହୁଲୁକାୟିତ ତଥ୍ୟ ପଦାକୁ ଆସିପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଅପର ପକ୍ଷରେ ରେଳବିଭାଗ ଠିକାଦାର ମାତ୍ର ୯୫ମିଟର କାର୍ଯ୍ୟ ପାଇଁ ଢଳେଇ ପ୍ଲାଣ୍ଟ ବସାଇ ଥିଲାବେଳେ ୪୦୦ ମିଟର ଢଳେଇପାଇଁ ପୂର୍ତ୍ତବିଭାଗ ଠିକାଦାର କିପରି ପ୍ଲାଣ୍ଟ ବସାଇନାହାଁନ୍ତି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବିକରିଛନ୍ତି ଅଞ୍ଚଳବାସୀ।
