ଅଧ୍ୟାପକ ସୁନୀଲ ରଥଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଅଧ୍ୟାପକ ସୁନୀଲ ରଥଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ଶ୍ରୀଗୁଣ୍ଡିଚା ଭକ୍ତନିବାସ, ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତି ଚାରଣ ସଭାରେ ସୁରେନ୍ଦ୍ରନାଥ ମହାପାତ୍ର, ରାଜକିଶୋର ମିଶ୍ର, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଡକ୍ଟର ସୈାଭାଗ୍ୟ କୁମାର ସାହୁ, ଡକ୍ଟର ନୃସିଂହ ଚରଣ ସାହୁ, ଶିବ ସୁନ୍ଦର ମିଶ୍ର, ଶିଶୁ ସାହିତ୍ୟିକ ସତ୍ୟନାରାୟଣ ମିଶ୍ର, ଡକ୍ଟର ଭାସ୍କର ମିଶ୍ର, ହରିଶଙ୍କର ମିଶ୍ର, ଉମାକାନ୍ତ ମହାପାତ୍ର, ଅର୍ଜୁନ ପରମଗୁରୁ, କଳ୍ପନା ମିଶ୍ର, ମହେନ୍ଦ୍ର ଦାଶ, ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଅଧ୍ୟାପକ ଦେବରାଜ ପ୍ରଧାନ, ଜଗନ୍ନାଥ ସାହୁ, ତାଙ୍କ ପରିବାର, ବନ୍ଧୁ ଆତ୍ମୀୟ ସ୍ୱଜନ
ଯୋଗଦେଇ ଦିବଂଗତ ପ୍ରାଧ୍ୟାପକ ସୁନୀଲ ରଥଙ୍କ ଅଧ୍ୟାପନା, ଅଧ୍ୟୟନ, ଗବେଷଣା, ସଂଗଠନ ଆଦି ବିଷୟରେ ଆଲୋକପାତ କରିଥିଲେ। ପ୍ରାଧ୍ୟାପକ ସୁନୀଲ ରଥଙ୍କ ବିୟୋଗ କେବଳ ପୁରୀ କାହିଁକି ଓଡ଼ିଶା ସାହିତ୍ୟ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ସୋଇଛି। ତାଙ୍କ ରଚିତ ୧୫ ଖଣ୍ଡ ଗ୍ରନ୍ଥ ଓଡିଶା ସାହିତ୍ୟ ଜଗତ ପାଇଁ ଅମୂଲ୍ୟ ଧନ ହୋଇ ଆମ ନୂଆ ସାହିତ୍ୟ ସାଧକଙ୍କ ପାଇଁ ପଥ ପ୍ରଦର୍ଶକ ହୋଇ ରହିଥିବ ।
ଏହି ଅବସରରେ ‘ଶୂନ୍ୟରେ ସୁନୀଲ ‘ ଲୋକାର୍ପିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନାମ ଚନ୍ଦ୍ର ସାହୁ, ବିପିନ ବିହାରୀ ଦଳାଇ ଏବଂ ଶିବସୁନ୍ଦର ମିଶ୍ର।।

Leave a Reply

Your email address will not be published. Required fields are marked *