ସଡ଼କ ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର

୨୨.୧୦)- କୋଣାର୍କ କାକଟପୁର ରାସ୍ତା ଜମରା ଗ୍ରାମ ହାତୀମଲା ଠାରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି ହୋଇଛନ୍ତି। ବ୍ୟକ୍ତି ଜଣଙ୍କ ହେଉଛନ୍ତି ବାଲିଦୋକାନରେ ରହୁଥିବା ଭୈରବ ରାଉତ(୫୦)। କୋଣାର୍କ ରୁ ନିଜ ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଏକ ଅଟୋ ସହିତ ଧକ୍କା ହୋଇଥିଲା l ଭୟଙ୍କର ଦୁର୍ଘଟଣାରେ ବାଇକ ଚାଳକଙ୍କ ମୁଣ୍ଡ , ମୁହଁ ଏବଂ ଗୋଡ଼ରେ ଗୁରୁତର ଆଘାତ ହୋଇ ପଡ଼ିଥିଲେ। ବାଟରେ ଯାଉଥିବା ଲୋକଙ୍କ ସହଯୋଗରେ କଲ୍ କରିବା ଅଧ ଘଣ୍ଟା ପରେ କୋଣାର୍କ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଗୁରୁତର ବ୍ୟକ୍ତି ଲଙ୍କୁ ଗୋପ ମେଡିକାଲକୁ ନେଇଥିଲେ l ବ୍ୟକ୍ତି ଜଣକ ଅବସ୍ଥା ଗୁରୁତର ଥିବାରୁ ତତକ୍ଷଣାତ ଗୋପ ମେଡିକାଲ ରୁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତରିତ କରାଯାଇଛି l ଉକ୍ତ ରାସ୍ତାରେ ଦୈନିକ ଛୋଟବଡ଼ ଦୁର୍ଘଟଣା ମାନ ମାନ l ଅନାବନା ଗଛ ମାଡ଼ି ବସିବା, ରାସ୍ତା ଅଣଓସାରିଆ ସହିତ ଅଧିକାଂଶ ସ୍ଥାନରେ ବାଙ୍କ ରହୁଥିବା ହେତୁ ଦୈନିକ ଦୁର୍ଘଟଣା କ୍ରମଶଃ ବୃଦ୍ଧି ପାଉଛି l ସବୁଠୁ ଦୁଃଖଦାୟଜ ଘଟଣା ଟି ହେଉଛି କୋଣାର୍କ ଅଞ୍ଚଳରେ ସଡ଼କ ଦୁର୍ଘଟଣା ହେଲେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ କୋଣାର୍କ ହସ୍ପିଟାଲକୁ ନଯାଇ ଗୋପ ହସ୍ପିଟାଲକୁ ଆସିଥାନ୍ତି l ଯାହାଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଆହୁରି ୨୦ ରୁ ୨୫ କିଲୋମିଟର ଅଧିକ ବାଟ ଆସିବାକୁ ପଡୁଛି l ତା ସତ୍ତ୍ୱେ ଗୋପ ରେ ମଧ୍ୟ ସଠିକ ଉପଚାର ମିଳୁନାହିଁ l ରୋଗୀ ଙ୍କୁ ଭୁବନେଶ୍ୱର, କଟକ କିମ୍ବା ପୁରୀ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବାକୁ ପଡିଥାଏ l ସରକାର କୋଟି କୋଟି ଟଙ୍କା ସ୍ୱାସ୍ଥ୍ୟ କାର୍ଡ ପାଇଁ ଗଛିତ କରୁଛନ୍ତି ସତ କିନ୍ତୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ଭିତିଭୂମି ର ବିକାଶ ହେଉନାହିଁ l ଯାହା ଫଳରେ ଦୁର୍ଘଟଣାର ଗୁରୁତ୍ୱପୂର୍ଣ୍ଣ ଏକ ଘଣ୍ଟା ପୀଡ଼ିତଙ୍କ ପାଇଁ କାଳ ସାଜୁଛି। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ନିବେଦନ କରାଯାଉଛି।

Leave a Reply

Your email address will not be published. Required fields are marked *