ତିର୍ତ୍ତୋଲ ବ୍ଲକରେ ଷଷ୍ଠ ତମ ପଞ୍ଚାୟତ ସମିତି ବୈଠକ
ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ସଭା ଗୃହରେ ପଞ୍ଚାୟତ ସମିତି ଅଧକ୍ଷ ମନୋଜ କୁମାର ବେହେରାଙ୍କ ଅଧକ୍ଷତରେ ଷଷ୍ଠ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡଃ ରମା କାନ୍ତ ଭୋଇ ଜିଲ୍ଲାପରିଷଦ ଅଧ୍ୟକ୍ଷ। ସୁଜାତା ମହାନ୍ତି ବ୍ଲକ୍ ଉପାଧ୍ୟକ୍ଷ ସନ୍ଧ୍ୟା ରାଣୀ ମହାନ୍ତି ଜିଲ୍ଲା ପରିଷଦ ରଞ୍ଜିତା ସିଂହ ,ସୁନିଲ ବେହେରା, ଗଙ୍ଗାଧର ବିଶ୍ୱାଳ ମଣ୍ଡଳ ଉନ୍ନୟନ

ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ୍ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ମାନେ ବ୍ଲକ୍ ପରିସରରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ୨୯ ପଞ୍ଚାୟତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ /ସଭ୍ୟା ପ୍ରତିନିଧି ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଏହି ସଭାର ଯୋଗଦେଇଥିଲେ ।
