ଜିଲ୍ଲା ଠିକାଦାର ମହାସଂଘର ବୈଠକ।

ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଆନନ୍ଦ ମଣ୍ଡପରେ ଜିଲ୍ଲା ଠିକାଦାର ମହାସଂଘର ସାଧାରଣ ବୈଠକ ଅରବିନ୍ଦ ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଠିକାଦାର ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ପ୍ରତ୍ୟେକ ବ୍ଲକରେ ଥିବା ଠିକାଦାର ମାନଙ୍କୁ ଯୋଡାଯାଇ ଏକଜୁଟ କରିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଆସନ୍ତା ମାସରେ ଆଉ ଏକ ବୈଠକ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଏହି ବୈଠକରେ ୫୦ ରୁ ଉର୍ଦ୍ଧ୍ବ ଠିକାଦାର ମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *