ରକ୍ଷଣ ବେକ୍ଷଣ ଅଭାବରୁ ଲକ୍ଷ ଲକ୍ଷ ଟଙ୍କାର ପୂର୍ତ୍ତ ବିଭାଗ ବଙ୍ଗଳା ଜରାଜୀର୍ଣ୍ଣ ଅବସ୍ଥାକୁ ଗତି କରୁଛି
ଫୁଲବାଣୀ ୨୩/୧୦ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ସୀମାନ୍ତ ରାଣୀପଥର ଗ୍ରମା ଜାତୀୟ ରାଜପଥ କଡ଼ରେ ରହିଛି ପୁରାତନ ପୂର୍ତ୍ତ ବିଭାଗ ବଙ୍ଗଳା l ରାଜା ରାଜୁଡ଼ା ଅମଳରେ ନିର୍ମାଣ ହୋଇଥିବା ଏହି ବଙ୍ଗଳାର ରକ୍ଷଣ ବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଗଲାଣି l ଯଦି ଏହି ବଙ୍ଗଳାର ଗୃହ ଓ ଭିତ୍ତିଭୂମିର ମୂଲ୍ୟର ଆକଳନ କରାଯାଏ ତାହେଲେ ଏକକୋଟି ଉର୍ଦ୍ଧ ହେବ l ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ନିକଟରୁ ଯାହା ଶୁଣିବାକୁ ମିଳିଛି ପୂର୍ବରୁ ବୌଦ୍ଧ ଗଡ଼ର ରାଜା ଜଙ୍ଗଲ ଜନ୍ତୁ ଶିକାର କରିବାକୁ ଆସିଲେ ଏହି ବଙ୍ଗଳାର ଦିନରାତି ରହିଥାନ୍ତି l ଏଭଳି ବର୍ଷ ତମାମ ରାଜା ମନ୍ତ୍ରୀ ମାନେ ଆସି ଏଠାରେ ରୁହନ୍ତି l ସେତେବେଳେ ଏଠାରେ ବିଦ୍ୟୁତ୍ ନଥିଲେ ମଧ୍ୟ ପରଦା ପଙ୍ଖା ଏହି ବଙ୍ଗଳାରେ ଲାଗିଥିଲା ଓ ଏହାକୁ ଦଉଡ଼ି ସାହାଯ୍ୟରେ ଟଣା ହୋଇ ପବନ ବ୍ୟବହାର କରା ଯାଉଥିଲା l ସେହିଭଳି କିରୋସିନି ତେଲରେ ଆଲୁଅ ବ୍ୟବହାର କରା ଯାଉଥିଲା l ସେତେବେଳ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଏହି ବଙ୍ଗଳାର ରକ୍ଷଣ ବେକ୍ଷଣ ଚଳାଇଥିଲା l ୨୦୧୧ ମସିହାରେ ଫୁଲବାଣୀ ରୁ ବୌଦ୍ଧ ଜିଲ୍ଲା କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାଜପଥ କୁ ଜାତୀୟ ରାଜପଥ ନେଲା ପରେ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ବଙ୍ଗଳାର କୌଣସି ରକ୍ଷଣ ବେକ୍ଷଣ କରା ନଯିବାରୁ ବଙ୍ଗଳାଟି ଜରାଜୀର୍ଣ୍ଣ ଅବସ୍ଥାକୁ କଲାଲାଣି l ଏତେବଡ଼ ମୂଲ୍ୟବାନ ବଙ୍ଗଳାକୁ ପୂର୍ତ୍ତ ବିଭାଗ ଦୃଷ୍ଟି ଆଢ଼ୁଆଳରେ ରଖି ଦେଇଥିବା ଯୋଗୁଁ ସରକାରଙ୍କର ଏହା ଏକ ବଡ଼ କ୍ଷତି କହିଲେ ଅତ୍ୟୁକ୍ତି ହେବନାହିଁ l ଏହି ବଙ୍ଗଳା ବଙ୍ଗଳା ଗୃହ ନିର୍ମାଣରେ ଉନ୍ନତ ମାନର ସରଞ୍ଜାମ ଲଗା ଯାଇଥିବା ଓ ଉନ୍ନତ ମାନର କାମ ହୋଇଥିବା ଯୋଗୁଁ ବଙ୍ଗଳା ଗୃହଟି ସେତେ ନଷ୍ଟ ହୋଇ ନଥିବା ଦେଖିବାକୁ ମିଳୁଛି କିନ୍ତୁ ବଙ୍ଗଳାର ପ୍ରାଙ୍ଗଣରେ ବିଭିନ୍ନ ଗଛଲତା ହୋଇ ବଣ ଜଙ୍ଗଲ ସଦୃଶ୍ୟ ହୋଇ ଯାଇଛି l ସବୁଠାରୁ ବଡ଼ କଥା ଯେ ଏଠାରେ ଉନ୍ନତ ମାନର ଓ ସ୍ଵାଦିଷ୍ଟ ଆମ୍ବ ଗଛ ଗୁଡ଼ିକ ରହିଛି ପ୍ରତିବର୍ଷ କୁଇଣ୍ଟାଲ ଆମ୍ବ ଫଳୁଛି ସେଗୁଡ଼ିକ ବିଭିନ୍ନ ଲୋକ ସମେତ ଅସାମାଜିକ ବ୍ୟକ୍ତିମାନେ ତୋଳି ନେଇ ଯାଉଛନ୍ତି l ସେହିଭଳି ଆଉରି କିଛି ଘର ଗୁଡ଼ିକ ମଧ୍ୟ ରହିଛି ଯେଉଁଥିରେ କି କର୍ମଚାରୀ ରହୁଥିଲେ ଓ ବଙ୍ଗଳାର ରକ୍ଷଣ ବେକ୍ଷଣ କରି ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ l ଅନେକ ବୁଦ୍ଧିଜୀବୀ ଙ୍କ ମତରୁ ଯାହା ଶୁଣିବାକୁ ମିଳୁଛି ଏହି ବଙ୍ଗଳାକୁ ଯଦି ରୂପାନ୍ତରି କରଣ କରାଯାଇ ଉଚିତ ପରିଚାଳନା କରାଯାଏ ତାହେଲେ ଏଥିରୁ ଓ ମୂଲ୍ୟବାନ ଆମ୍ବରୁ ପୂର୍ତ୍ତ ବିଭାଗକୁ ବହୁତ ଭଲ ରାଜସ୍ବ ମିଳି ପାରିବ ବୋଲି l ଏତେବଡ଼ ମୂଲ୍ୟର ବଙ୍ଗଳା ଓ ଭିତ୍ତିଭୂମି କୁ ପୁନର ଉଦ୍ଧାର କରାଯାଇ ତାକୁ କାର୍ଯ୍ୟରେ ଲଗାଇଲେ ପୂର୍ତ୍ତ ବିଭାଗ ଭଲ ରାଜସ୍ବ ପାଇପାରିବା ସହିତ ମୂଲ୍ୟବାନ ଭିତ୍ତିଭୂମି କୁ ସରକାରୀ ହାତରେ ରହି କିଛି ଲୋକ ଉପକୃତ ହୋଇପାରିବେ ବୋଲି କନ୍ଧମାଳ ଜିଲ୍ଲା ସମିଟିସଭ୍ୟ/ସଭ୍ୟା ମହାସଂଘର ସଭାପତି ତଥା ସମାଜସେବୀ ସ୍ଥାନୀୟ ବାସିନ୍ଦା ବୈଦ୍ୟନାଥ ବେହେରା ମଧ୍ୟ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରୁଛନ୍ତି l ଶ୍ରୀ ବେହେରା ଗଣମାଧ୍ୟମ ଆଗରେ କହିଛନ୍ତି ଯେ ନିକଟରେ ରହିଛି ଏକ ପର୍ଯ୍ୟଟନ ସ୍ଥଳୀ ଏଠାକୁ ବର୍ଷ ତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ଆସୁଛନ୍ତି କିନ୍ତୁ କୌଣସି ବ୍ୟବସ୍ଥା ନଥିବାରୁ ରାତ୍ରିଯାପନ କରି ପାରୁ ନାହାଁନ୍ତି l ଅନ୍ୟପକ୍ଷରେ ଏହି ବଙ୍ଗଳାର ରୁପାନ୍ତିକରଣ କରି ରେଷ୍ଟୁରାଣ୍ଟ ଭଳି ବ୍ୟବସ୍ଥା କରାଗଲେ ଅଧିକରୁ ଅଧିକ ରାଜସ୍ବ ଆଦାୟ ହୋଇ ପାରିବା ସହିତ ଅନେକ ବ୍ୟକ୍ତି ବିଶେଷ ଉପକୃତ ହୋଇ ପାରିବେ ବୋଲି ମତ ପ୍ରକାଶ କରିଛନ୍ତି l ତେଣୁ ଗଣମାଧ୍ୟମ ଦ୍ଵାରା ପୂର୍ତ୍ତ ବିଭାଗ ହେଉ କିମ୍ବା ଜାତୀୟ ରାଜପଥ ବିଭାଗ ଏକ ଉତ୍ତମ ପ୍ରସ୍ତାବ ଖବର ପ୍ରକାଶ କରାଯାଇଛି ଏହାକୁ ଗୁରୁତର ସହିତ ନେଇ ଏଥିରେ ଦୃଷ୍ଟି ଆକର୍ଷଣ କରି ଲୀନ ହେବାକୁ ଯାଉଥିବା କୋଟିଆଧି ମୂଲ୍ୟର ବଙ୍ଗଳା ଓ ଭିତ୍ତିଭୂମିକୁ ଜରାଜୀର୍ଣ୍ଣ ଅବସ୍ଥାରୁ ପୁନର ଉଦ୍ଧାର କରାଯିବାକୁ ସାଧାରଣରେ ଦାବି ମଧ୍ୟ ହେଉଛି l ଏ ବାବଦରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ବିରେନ୍ଦ୍ର ଖୁରଙ୍କୁ ପଚାରି ବୁଝିବାରୁ ଏହି ବଙ୍ଗଳା କୁ ରୁପାନ୍ତି କରଣ କରାଯାଇ ତାର ରକ୍ଷଣ ବେକ୍ଷଣ କରାଯାଇ ପାରିବ ନା ନାହିଁ ଉଚ୍ଚ ସ୍ତରୀୟ ଅଧିକାରୀ ଙ୍କ ନିକଟକୁ ଲିଖିତ ଜଣାଇବି ଓ ନିର୍ଦ୍ଦେଶ ଆସିଲେ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିବି ବୋଲି କହିଛନ୍ତି l ଏତେ ବଡ଼ ମହୋତ୍ୱପୂର୍ଣ୍ଣ ପ୍ରସ୍ଥାବ ଗଣମାଧ୍ୟମ ଦ୍ଵାରା ଦିଆ ଯାଇଥିବା ବେଳେ ପୂର୍ତ୍ତ ବିଭାଗ ଏକହୁ ଗ୍ରହଣ କରୁଛି ନା ନାହିଁ ତାହା ଦେଖିବାରେ ବାକି ରହିଲା l
