ଶ୍ରୀମନ୍ଦିର ଏମାରମଠ ଚକଡାରେ ଗୋଟିଏ ମାଙ୍କଡ଼ ଫୋପଡା ଯାଇଥିବା ଖାଦ୍ୟ ଖାଉଛି

ଶ୍ରୀମନ୍ଦିର ଏମାରମଠ ଚକଡାରେ ଗୋଟିଏ ମାଙ୍କଡ଼ ଫୋପଡା ଯାଇଥିବା ଖାଦ୍ୟ ଖାଉଛି,ଖୋଜିଖୋଜି ଫୋପଡା ଯାଇଥିବା ଖାଦ୍ୟ ଖାଉଛି। ସମ୍ପୂର୍ଣ୍ଣ ଅଳିଆ ଆବର୍ଜନା ମଧ୍ୟରୁ ମାଙ୍କଡଟି ଖାଦ୍ୟ ସଂଗ୍ରହ କରି ଖାଉଛି। ଲୋକଙ୍କର ଆଉ ସାଧାରଣ ଞ୍ୟାନ ନାହିଁ,,, ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ବଳକା ଖାଦ୍ୟ ଫୋପାଡୁଛନ୍ତି ଯାହା ଆଧ୍ୟାତ୍ମିକ ପରିବେଶକୁ ଖରାପ କରୁଛି। ଏପଟେ ଦେଖନ୍ତୁ ମହାପ୍ରଭୁଙ୍କ ମସ୍ତକରେ ଲାଗି ହେଉଥିବା ତୁଳସୀ ମଧ୍ୟ ଖୋଲଖମେଲାରେ ପଡିଛି। ଯୋଉ ତୁଳସୀ ପତ୍ରକୁ ତଳେ ପଡିବା ଦେଖିଲେ ମଣିଷ ତାକୁ ଉଠେଇ ମୁଣ୍ଡରେ ମାରେ ଆଉ ତୁଣ୍ଡରେ ଦିଏ,,,ସେ ତୁଳସୀ ମଧ୍ୟ ଏଣେତେଣେ ବିଛେଇ ହୋଇ ପଡିଛି। ଅଇଁଠା ଖାଦ୍ୟ ସାମଗ୍ରୀ ପାଖରେ ମହାପ୍ରଭୁଙ୍କ ତୁଳସୀ ପତ୍ର ପଡିବା ନିହାତି ଏ ଦୃଶ୍ୟ ଯିଏ ଵି ଦେଖିବ ତା ମନକୁ କଷ୍ଟ ହେଵ। କିନ୍ତୁ ଇଏ ତ ମାଙ୍କଡ଼,, ମଣିଷ ଭଳି ତାର ଆଚରଣର ନୁହେଁ କି ମଣିଷ ଭଳି ତାର ଭାବନା ନୁହେଁ। ତଥାପି ନିଜ ଭୋକ ମେଣ୍ଟାଇବାକୁ ଅଳିଆ ଆବର୍ଜନା ଓ ଫୋପଡା ତୁଳସୀ ମଧ୍ୟରୁ ନିଜ ପାଇଁ ଖାଦ୍ୟ ସଂଗ୍ରହ କରି ଖାଉଛି। ଶ୍ରୀମନ୍ଦିର ଚାରିପଟକୁ ପରିଷ୍କାର କରୁଥିବା ସଂସ୍ଥା ଏହା ଉପରେ ଧ୍ୟାନ ରଖି ଏହାକୁ ସେଠାରୁ ଉଠେଇବା ଆବଶ୍ୟକ ହୋଇପଡୁଛି ଓ ଏଣେତେଣେ ତୁଳସୀ ପକାଉଥିବା ବ୍ୟକ୍ତି ମଧ୍ୟ ଏଥିରୁ ନିବୃତ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି( ହ୍ୱଟସପରେ ଭିଜୁଆଲ୍ ଯାଇଛି )

Leave a Reply

Your email address will not be published. Required fields are marked *