ଶାଢ଼ୀ ବ୍ଲାଉଜରେ ମହାପ୍ରଭୁଙ୍କ ଚିତ୍ର

ଶାଢୀ ବ୍ଲାଉଜରେ ତିନିଠାକୁରଙ୍କ ଚିତ୍ର। ପୁଣି ମହାପ୍ରଭୁଙ୍କୁ ଅପମାନ। ଶାଢୀ ଓ ବ୍ଲାଉଜରେ ଶ୍ରୀ ଜଗନ୍ନାଥ,, ବଳଭଦ୍ର ଓ ସୁଭଦ୍ରାଙ୍କ ଚିତ୍ର କରି କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି ସାୟନ୍ତୀ ଘୋଷ୍ ଡିଜାଇନର ଷ୍ଟୁଡିଓ ନାମକ ଏକ ଆଇଡି। ଏହି ଆଇଡିରେ ଶ୍ରୀ ଜଗନ୍ନାଥ,, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଫଟୋ ଚିତ୍ରକୁ ଜଣେ ମହିଳା ଶାଢୀରେ ପରିଧାନ କରିବା ନେଇ ରହିଛି ବିଞ୍ୟାପନ। କୋଲକତାର ଏହି ଆଇଡି ଟି ହୋଇଥିବା ସୋସିଆଲ ମିଡିଆରେ ଉଲ୍ଲେଖ ରହିଛି।

ତେଣୁ ସରକାର ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି ହୋଇଛି। ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ସୋସିଆଲ ମିଡିଆରୁ ଏହାକୁ ହଟାଇବାକୁ ଦାବି କରିଛନ୍ତି ଆଇନଜୀବୀ ରମେଶ ସିଂ।

Leave a Reply

Your email address will not be published. Required fields are marked *