ପ୍ରଶାସନ କେବେ ପର୍ଯ୍ୟଟକ ଙ୍କ ଦୁଃଖ ବୁଝିବେ

ପୁଣି ସମୁଦ୍ର ସ୍ନାନ ସମୟରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ। ଭଲକରି ଦେଖନ୍ତୁ ଏ RESCUE VISUAL କୁ। କିଭଳି ଭାବରେ ଲାଇଫଗାର୍ଡ ମାନେ ଦେବଦୂତ ସାଜି ଗଭୀର ସମୁଦ୍ର ଭିତରକୁ ଲମ୍ଫ ମାରି ଜଣେ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଛନ୍ତି। ବୁଡି ଯାଉଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି ଛତିଶଗଡ଼ ରାୟପୁରର ମନୀଷ ତିୱରୀ। ମନୀଷ୍ ବେଳାଭୂମିରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ସହ ବଡ ଲହଡି ମାଡରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ଉପସ୍ଥିତ ସରକାରୀ ଲାଇଫଗାର୍ଡ ମାନେ ଗଭୀର ସମୁଦ୍ରକୁ ଯାଇ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ତାଙ୍କୁ ଲାଇଫଗାର୍ଡ ମାନେ ପ୍ରାଥମିକ ଚିକିତ୍ସା ଦେବାପରେ ସେ ସୁସ୍ଥ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *