ଟଙ୍କା ଚୋରି ମାମଲାରେ ଫେରାର ଆସାମୀ ଗିରଫ।
ରଘୁନାଥପୁର ତା ୨୩/୧୦-ବ୍ୟାଙ୍କ ଆକାଉଣ୍ଟ ରୁ ଟଙ୍କା ଚୋରିକରି ଫେରାର ଆସାମୀ କୁ ଗିରଫକରି କୋଟଚାଲାଣ କରିବା ସମ୍ପର୍କ ରେ ରଘୁନାଥପୁର ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ବିଳନୀରେ ସୂଚନା ପ୍ରଦାନ କରାଯାଇଛି।ଏଠାରେ ସୂଚନା ଯୋଗ୍ୟ ଜଗତସିଂହପୁର ଥାନା ଅଧିନ ଅୟର ଗ୍ରାମର ସୁରେନ୍ଦ୍ର ନାଥ ପଣ୍ଡା (୭୨)ଙ୍କ ର ଏକ ଔଷଧ ଦୋକାନ ରଘୁନାଥପୁର ଥାନା ଅଧିନ ରଘୁନାଥପୁର ବଜାରରେ ରହିଛି।ସୁରେନ୍ଦ୍ର କର୍କଟରୋଗ ରେ ପିଡିତଥିବା୍ରୁ ଚିକିତ୍ସା ପାଇଁ ଟାଟା ମେମୋରିୟାଲ ହସପିଟାଲ ମୁମ୍ବାଇକୁ ଯାଇଥିଲେ।ଯିବା ସମୟରେ ତାଙ୍କ ଦୋକାନରେ କାର୍ଯ୍ୟକରୁଥିବା ବିରିଡି ଥାନା ଅଞ୍ଚଳର ନୁଆଗାଁ ଗ୍ରାମର ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ପୁଅ ରଶ୍ମୀ ରଞନ ପଣ୍ଡା (୨୯) ଙ୍କୁ ଦୋକାନ ଦାୟିତ୍ୱ ଦେଇବାସହ ବ୍ୟାଙ୍କ ଆକାଉଣ୍ଟ କୁ ପରିଚାଳନା କରିବାକୁ ତାଙ୍କ ଏଟିଏମ କାର୍ଡ଼ ମଧ୍ୟ ଦେଇଥିଲେ।ଏହାର ସୁଯୋଗ ନେଇ ରଶ୍ମୀ ରଂଞନ ଶ୍ରୀ ପଣ୍ଡାଙ୍କ ଆକାଉଣ୍ଟ ରୁ ୧୦ଲକ୍ଷ୪୫ହଜାର ୫ଶହ ଟଙ୍କା ଉଠାଇ ନେଇଥିଲେ।ମେଡିକାଲ ରୁ ଫେରିବାପରେ ଶ୍ରୀ ପଣ୍ଡା ଜାଣିବାକୁ ପାଇଥିଲେ ତାଙ୍କ ଆକାଉଣ୍ଟ ରୁ ରଶ୍ମୀ ଟଙ୍କା ଚୋରିକରିଛି।ସେ ଏପ୍ରିଲ ୩୦ ତାରିଖ ୨୦୨୫ରେ ରଘୁନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ରଘୁନାଥପୁର ପୋଲିସ ୮୦/୨୫ରେ କେସରୁଜ କରି ତଦନ୍ତ ଆରମ୍ଭ କରିଥିଲେ।ତଦନ୍ତ ଆରମ୍ଭ ମାତ୍ରେକେ ରଶ୍ମୀ ରଞ୍ଜନ କେଉଁଆଡେ ଫେରାର ହୋଇଯାଇଥିଲା।ସେବେ ଠାରୁ ପୋଲିସ ଅକ୍ଳାନ୍ତ ପରିଶ୍ରମ କରି ତାକୁ ଖୋଜାଖୋଜି କରୁଥିଲେବି ସଫଳ ହୋଇନଥିଲା।ତେବେ ଗତ ଅକ୍ଟୋବର ୨୨ ତାରିଖ ରାତି ୯ଟା ୪୫ରେ ସ୍ଥାନୀୟ ସାଦେଇପୁର ଛକ ନିକଟରୁ ରଘୁନାଥପୁର ଥାନ ଅଧିକାରୀ ସୁଶାନ୍ତ କୁମାର ସେଠୀ ସଦଳବଳେ ଆସାମୀ କୁ କାବୁକରି ଥିଲେ।୨୩ ତାରିଖ ମଧ୍ୟାନରେ ଆସାମିକୁ କୋଟ ଚାଲାଣ କରିଥିବା କୁ ନେଇ ତିର୍ତ୍ତୋଲ ଏଡିପିଓ ଚିନ୍ମୟ ରାଉତ ରଘୁନାଥପୁର ଥାନାରେ ଏକ ସାମ୍ବାଦିକ ସମ୍ବିଳନୀ ରେ ପ୍ରକାଶ କରିଛନ୍ତି।ଏହି କେସର ଆୟୋଭାବେ ଏସଆଇ ଯୋଗେଶ୍ବର ବେହେରା ରହିଥିଲେ।
