ନାଉଗାଁ ବ୍ଲକ ବିଡ଼ିଓ ଙ୍କ ମନମାନି ପିଆରଆଇ ସଦସ୍ୟଙ୍କ ଧାରଣା

Date-23/10/25*ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ବିଡ଼ିଓଙ୍କ ମନମାନି କାର୍ଯ୍ୟ ଓ ସରକାରୀ ନିୟମ କୁ ଉଲଂଘନ କରାଯାଉଥିବା ଅଭିଯୋଗ ରେ ବ୍ଲକର 16 ଟି ପଂଚାୟତ ର ସରପଂଚ ଓ ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ମାନେ ନାଉଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି । ବ୍ଲକ ରେ ବନ୍ଦ ହୋଇ ପଡ଼ି ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଓ ବିଲ ପ୍ରଦାନରେ ବିଳମ୍ବକୁ ନେଇ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ବିରୁଦ୍ଧରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ 10 ଦଫା ଦାବି ନେଇ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରି ନ ଥିଲା । ଯାହାକୁ ନେଇ ନାଉଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପି ଆର ଆଇ ମେମ୍ବର ମାନେ ଧାରଣା ଦେବା ସହିତ 7 ଦିନ ମଧ୍ୟରେ ଦାବି ପୂରଣ କରିବାକୁ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ବିଡ଼ିଓ ତାଙ୍କର ଉପରସ୍ଥ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ କୁ ଜଣାଇଥିବା ବେଳେ ଖୁବ ଶୀଘ୍ର ସମସ୍ୟା ର ସମାଧାନ ଆଲୋଚନା ମାଧ୍ୟମରେ କରାଯିବ ବୋଲି ବିଡ଼ିଓ କହିଛନ୍ତି ।

Leave a Reply

Your email address will not be published. Required fields are marked *