ମା’ ଭଦ୍ରକାଳୀଙ୍କ ଚତୁର୍ଥ ଦିନରେ ସିଂହ ବାହୀନି ବେଶ ରେ ସଜେଇ ହୋଇଛନ୍ତି

Date:- 23/10/2025Place:- bhadrak :- ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଜଗତ ଜନନୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଚତୁର୍ଥ ଦିବସରେ ସିଂହ ବାହୀନି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କ ଏହି ଚତୁଦ୍ଧା ରୂପକୁ ଦର୍ଶନ କରିବା ଲାଗି ଦିନ ସାରା ପୀଠରେ ଭିଡ଼ ଲାଗିଥିଲା । ଭକ୍ତ ମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ମା’ଙ୍କ ଆଶିଷ ଭିକ୍ଷା କରିଥିଲେ। କମଳାପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଥିଲେ ମା’। ଗଜ ଓ ବ୍ୟାଘ୍ର ବାହନରେ ବିରାଜମାନ କରିଥିବାବେଳେ ହସ୍ତରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରି ଚତୁର୍ଦ୍ଧା ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ସିଂହ ବାହୀନି ବେଶରେ ଦର୍ଶନ କଲେ ଭକ୍ତ ଉଚ୍ଚ ପଦ, ମର୍ଯ୍ୟାଦା ପ୍ରାପ୍ତ ହେବା ସହିତ ଯଶ, କୀର୍ତି ଓ ପ୍ରଶଂସା ପାଇଥାଏ ବୋଲି ବିଶ୍ଵାସ କରାଯାଏ। ମହା ଯଜ୍ଞରେ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ପୀଠକୁ ଆସି ଯଜ୍ଞ ମଣ୍ଡପରେ ବସି ଆହୂତି ପ୍ରଦାନ କରିଛନ୍ତି। ଶପ୍ତଶତୀ ଚଣ୍ଡୀ ପାଠ, ଭାଗବତ ପାଠ, ଗୀତା ପାଠ ତଥା ବେଦବିତ୍ତ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ବନିରେ ପୀଠରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ପରିଲକ୍ଷିତ ହେଉଛି। ସାଂସ୍କୃତିକ ସନ୍ଧ୍ୟାର ଚତୁର୍ଥ ସନ୍ଧ୍ୟାରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରବଚନ ପ୍ରଦାନ କରିଥିଲେ । ପ୍ରବଚନ କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ । ଚତୁର୍ଥ ଦିବସ ଗୁରୁବାର ମା ପୀଠରେ ସିଂହ ବାହିନୀ ଦେଶରେ ଦର୍ଶନ ଦେବେ। ମା’ଙ୍କ ସିଂହବାହିନୀ ବେଶ ଓ ପୂଜା ନୀତିକାନ୍ତି ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।

Leave a Reply

Your email address will not be published. Required fields are marked *