ଜିଲ୍ଲାପାଳ ଙ୍କ ସଭାପତିତ୍ଵରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ -୨୦୨୫

ତା ୨୩.୧୦.୨୦୨୫ ରିଖ ଭଦ୍ରକ, ଜିଲ୍ଲାପାଳ ଙ୍କ ସଭାପତିତ୍ଵରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ -୨୦୨୫ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲୀପ ରାଉତରାଏ ଯୋଗ ଦେଇ ଶିଶୁ ଦେଶର ଭାଗ୍ୟ ବିଧାତା, ଶିଶୁ ହସିଲେ ଦେଶ ହସିବ ବୋଲି ବର୍ଣ୍ଣନା କରିଥିଲେ।ଜିଲ୍ଲାପାଳ ନିଜର ସ୍ୱଳ୍ପ ସମୟର ଭାଷଣରେ ବହୁତ ମର୍ମ କଥା ଗୁଡିକ କହି ଯାଇଛନ୍ତି। ଅବହେଳିତ ହିତାଧିକାରୀ ଙ୍କ ପାଖକୁ ସେବା ପହଞ୍ଚା ଯାଇପାରିବ ତାହା ଉପରେ ଗୁରୁତ୍ବ ଆରୋପ କରିଥିଲେ।

ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦ୍ଦିଷ୍ଟ ଲକ୍ଷ୍ୟ ହାସଲ କିପରି କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ଆରୋପ କରିଥିଲେ। ଅନ୍ୟତମ ଅତିଥି ଭାବେ ଚେୟ।ରମ୍ୟାନ CWC ଶ୍ରୀ ଦେବରାଜ ପାଣିଗ୍ରାହୀ ଶିଶୁ ମାନଙ୍କ ପାଇଁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ମାନ ବିଷୟରେ ଆଲୋଚନା କରିଥିଲେ। ଏହାପରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା । ସର୍ବ ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅବିନାଶ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅପର୍ଣ କରିଥିଲେ ଏବଂ ସଭା ସାଂଘ କରାଯାଇଥିଲା l

Leave a Reply

Your email address will not be published. Required fields are marked *