ପ୍ରହସନରେ ପରିଣତ ଦିଶା ବୈଠକ, ଵିଧି ରକ୍ଷା ପାଇଁ ନାମକୁ ମାତ୍ର ବୈଠକ, ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ଅନେକ ବିଧାୟକ ଅନୁପସ୍ଥିତ
ନୟାଗଡ ତା ୨୪. ୧୦. ୨୦୨୫ ଶୁକ୍ରବାର ପୂର୍ବାହ୍ନ ୧୦. ୩୦ ମି. ରେ ନୟାଗଡ ଜିଲ୍ଲା ଦିଶା ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ସୃଜନ ହଲରେ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହୋଇଥିଲା |ମାତ୍ର ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ପାଖାପାଖି ଦେଢ଼ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା |ଯେଉଁଥି ପାଇଁ ଉପସ୍ଥିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା |ଏପରିକି ନିର୍ଦ୍ଧାରିତ ସମୟ ମଧ୍ୟରେ ନିମନ୍ତ୍ରିତ ମାନେ ସମ୍ମିଳନୀ କକ୍ଷରେ ପହଂଚି ଯାଇଥିଲେ ମଧ୍ୟ ସମ୍ମିଳନୀ କକ୍ଷ ମଧ୍ୟରେ ଜିଲ୍ଲାପରିଷଦର କୌଣସି ପଦାଧିକାରୀ ମଧ୍ୟ ଉପସ୍ଥିତ ନଥିବା ଘଟଣାକୁ ଆହୁରି ଅପମାନ ଜନକ ସ୍ଥିତିକୁ ନେଇ ଯାଇଥିଲା |ବହୁ ବିଳମ୍ବରେ ଅଧକ୍ଷତା କରିବାକୁ ଥିବା ସାଂସଦ ପହଂଚି ଥିବାବେଳେ ତାଙ୍କ ସହିତ ଖଣ୍ଡପଡାର ବିଧାୟକ ମଧ୍ୟ ଆସିଥିଲେ ଏବଂ ଆଶ୍ଚର୍ଯ୍ୟର କଥା କୌଣସି ଜରୁରୀ କାର୍ଯ୍ୟ ଯୋଗୁ ଯଦି ଜିଲ୍ଲାପାଳ ଆସିବା ବିଳମ୍ବ ହୁଏ ତେବେ ସଭାରେ ତାଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହିବା କଥା କିନ୍ତୁ ଚର୍ଚ୍ଚାର ବିଷୟ ଏହି ଯେ ସାଂସଦ, ବିଧାୟକ ଆସିବାର ଆହୁରି ବିଳମ୍ବରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ହେଲେ |ଏହା ଲୋକ ପ୍ରତିନିଧି ମାନଙ୍କ ପ୍ରତି ଅବ ମାନନା ନୁହେଁକି? ଏପଟେ ବହୁ ବିଳମ୍ବରେ ଆରମ୍ଭ ହୋଇଥିବା ଦିଶା ବୈଠକରେ ମଞ୍ଚସିନ ନିମନ୍ତ୍ରିତଙ୍କ ଭାଷଣ ବାଜି ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି |ଏହି ବୈଠକର ଅନ୍ୟ ଏକ ରୋଚକ ଘଟଣା ହେଲା ଏଥିରେ ଜିଲ୍ଲାର ବହୁ ଅଭିଜ୍ଞ ବିଧାୟକ ମାନେ ମଧ୍ୟ ଉପସ୍ଥିତ ନଥିଲେ ତେବେ ଜଣେ ବିଧାୟକଙ୍କୁ ନେଇ ଜିଲ୍ଲାର କି ଦିଶା ବୈଠକ ଅନୁଷ୍ଠିତ ହେଉଥିଲା ବୋଲି ବୁଦ୍ଧିଜୀବୀ ମହଲ କ୍ଷୋଭ ପ୍ରକାଶ କରିଛନ୍ତି ଏପରିକି ଚାଲିଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସେମିତି କିଛି ପ୍ରଭାବଶାଳୀ ପରି ମନେ ହେଉଥିଲା |କାର୍ଯ୍ୟକ୍ରମକୁ ଦେଖିଲେ ଲାଗୁଥିଲା କେବଳ ଅଉପଚାରିକତା ଦୃଷ୍ଟିରୁ ବୈଠକ ହେବା କଥା ବୋଲି ହଉଥିଲା ଏଥିରେ ଜିଲ୍ଲାର କଣ ଲାଭ ହେଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି |ଚିରାଚରିତ ଢଙ୍ଗରେ ଗୋଟେ ବୈଠକ ହବା କଥା ବୋଲି ହଉଥିଲା ସେଥିରେ କିଛି ଆନ୍ତରିକତା ଥିଲା ଭଳି ମନେ ହେଉଥିଲା |ଏହି ବିଫଳ ଦିଶା ବୈଠକକୁ ଜିଲ୍ଲାର ଜନୈକ ବରିଷ୍ଠ ଅଧିକାରୀ ସମସ୍ତ ପ୍ରକାର ବେପରୁଆ କାର୍ଯ୍ୟ କରି କାଗଜ ପତ୍ରରେ ସଫଳ ବୈଠକ ହେଲା ବୋଲି ଦର୍ଶାଇବା ପାଇଁ ଅଗ୍ର ଦାୟିତ୍ୱ ନେଇ ଛନ୍ତି ବୋଲି ସମଗ୍ର ଜିଲ୍ଲାରେ ଚର୍ଚ୍ଚା |ତେବେ ସେ ଅଧିକାରୀ ଜଣକ କିଏ ତାକୁ ଉନ୍ମୋଚନ କରି ଦାୟିତ୍ୱରୁ ଅନ୍ତର କରିବା ପାଇଁ ସାଧାରଣରେ ଦାବି ହେଉଛି |ମୋଟାମୋଟି ଭାବେ ଏହି ବୈଠକ ଏକ ପ୍ରହସନ ବୋଲି ଉପସ୍ଥିତ ନିମନ୍ତ୍ରିତ ନିଜ ନାମ ଗୋପନ ରଖି ଭୀଷଣ ପ୍ରତିକ୍ରିୟା କରିଛନ୍ତି |ତେବେ ଏହି ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଅଧକ୍ଷତା କରିଥିବାବେଳେ ମଞ୍ଚରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ସିଇଓ ଲଗ୍ନଜିତ ରାଉତ,ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଉପାଧ୍ୟକ୍ଷା ବିଷ୍ନୁପ୍ରିୟା ବେହେରା ପ୍ରମୁଖ ଉପସ୍ଥିତ ଥିବା ଦେଖା ଯାଇଥିଲା |
