India book of record
India book of record
ପ୍ରତିଭା ପ୍ରସ୍ଫୁଟିତ ହେବାପାଇଁ କୌଣସି ବାଧା କେବେ ଅଟକାଇ ପାରେ ନାହିଁ କିମ୍ବା ବୟସ ଏଥିରେ ବାଧକ ସାଜିପାରେ ନାହିଁ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୨ ବର୍ଷ ୭ମାସର କୁନି ଝିଅ । ପୁରୀ ଚକ୍ରତୀର୍ଥ ରୋଡ ନୂଆସାହିର ଶିବପ୍ରସାଦ ଦାସ ଓ ମନସ୍ମିତା ମହାନ୍ତିଙ୍କ ଝିଅ ସମନ୍ୱିତା ଦାସ। ଏବେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସମନ୍ୱିତା ୮୫ଟି ଇଂରାଜୀ ବିପରୀତ ଶବ୍ଦ,ଭାରତର ରାଜ୍ୟର ରାଜଧାନୀ ନାମ,ଭାରତର ୯ଟି ପଡୋଶୀ ଦେଶର ନାମ, ୭ଟି ମହାଦେଶ, ୫ଟି ମହାସାଗର, ୮ଟି ଗ୍ରହ, ଭାରତର ଜାତୀୟ ସଙ୍ଗୀତ, ୨୦ଟି ଜାତୀୟ ସଂକେତ, ଭାରତର ବିଭିନ୍ନ ରାଜ୍ୟର ନୃତ୍ୟର ନାମ ପରି ବହୁତ କିଛି ମନେ ରଖି ଅନର୍ଗଳ କହି ପାରୁଛନ୍ତି । ଝିଅର ଏମିତି ପ୍ରତିଭା ଦେଖି ବାପା ଶିବପ୍ରସାଦ ଦାସ ଗତ ସେପ୍ଟେମ୍ବର ମାସ ୩ ତାରିଖରେ ଅନଲାଇନ ଜରିଆରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ନିଜ ଝିଅର ଦକ୍ଷତାକୁ ନେଇ ୨୦ଟି ଭିଡିଓ ଅପଲୋଡ଼ କରି ଆବେଦନ କରିଥିଲେ । ଏହି ସମୟରେ ବଛାଯାଇଥିବା ୧୨୦ଟି ସାଧାରଣ ଜ୍ଞାନ, ମଣିଷ ଶରୀରର ୩୨ଟି ଅଙ୍ଗ , ଆଠଟି ଗ୍ରହ, ରାଜ୍ୟ ରାଜଧାନୀ ନାମ, ଜିଲ୍ଲାର ନାମ ସହ, ୨ମିନିଟ ରୁ କମ ସମୟରେ ୮୫ ଟି ଇଂରାଜୀର ବିପରୀତ ଶବ୍ଦ, ଇଂରାଜୀକୁ ନାମ ସହିତ ଋତୁ, ବର୍ଷ, ମାସ, ସପ୍ତାହ, ମହାଦେଶ, ମହାସାଗର ଆଦି ପ୍ରଶ୍ନର ସଠିକ ଉତ୍ତର ରଖିଥିବାରୁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ମନୋନୀତ କରାଯାଇଥିଲା । ପରେ ତାଙ୍କ ଘର ଠିକଣାରେ ଇଣ୍ଡିଆ ବୁକ ଅଫ ରେକର୍ଡର ମାନପତ୍ର, ପରିଚୟ ପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା ।
