ଏରସମା ରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଆୟୋଜିତ*
ଜଗତସିଂହପୁର, ତା ୨୫.୧୦.୨୫: ଆଜି ପୂର୍ବାହ୍ନ ରେ ଏରସମା ବ୍ଲକ ର ଆମ୍ବିକି ଠାରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା- ୨୦୨୫ ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ବାଲିକୁଦା ଏରସମା ଶ୍ରୀ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଜଗତସିଂହପୁର ଜିଲ୍ଲାରେ ଧାନ, ପାନ ଓ ମୀନ ର ଉନ୍ନତି ହେଲେ ଅର୍ଥନୈତିକ ବିକାଶ ସମ୍ଭବ ବୋଲି କହିଥିଲେ। ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଏହି କାର୍ଯ୍ୟକ୍ରମ ସରକାର ଙ୍କ ବିଭିନ୍ନ ଯୋଜନା କୁ ହିତାଧୀକାରୀ ଙ୍କ ପାଖରେ ପହଞ୍ଚାଇବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ,ଶ୍ରୀ ନିରଞ୍ଜନ ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,ଶ୍ରୀ ରବି ନାରାୟଣ ଜେଠୀ, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାପାତ୍ର,ମାନନୀୟା, ଅଧ୍ୟକ୍ଷା, ଏରସମା ପଞ୍ଚାୟତ ସମିତି ,ଶ୍ରୀମତୀ ରାନୀ ଟୁଡୁ,ଜିଲ୍ଲା ପରିଷଦ ଜୋନ୍, ଏରସମା -୨,ଶ୍ରୀ ଦାଶରଥି ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଏରସମା,ସୁଶ୍ରୀ ସ୍ନିଗ୍ଧା ଶ୍ରଦ୍ଧାଞ୍ଜଳି ବେହେରା, ତହସିଲଦାର, ଏରସମାଡାକ୍ତର ଶଶାଙ୍କ ଶେଖର ନାୟକ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ଡାକ୍ତର ଶଶାଙ୍କ ଶେଖର ଲେଙ୍କା, ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ, ଏରସମା ପ୍ରମୁଖ ଉପସ୍ଥିତ ଥିଲେ। ଏଥି ସହିତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଶେଷଜ୍ଞଙ୍କ ଅଭିମତ ଓ କୃଷକ ମାନଙ୍କ ସହିତ ମତ ବିନିମୟ ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ ଆୟୋଜିତ ହୋଇଥିଲା। ଏଥି ମଧ୍ୟରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ-୪, ମତ୍ସ୍ୟ ବିଭାଗ- ୩, ମହିଳା ଓ ଶିଶୁ ବିକାଶ ବିଭାଗ-୩ (ସମନ୍ୱିତ ଶିଶୁ ବିକାଶ ଯୋଜନା )ଓରମାସ- ୧, ଓଡ଼ିଶା ଜୀବିକା ମିଶନ – ମିଶନ ଶକ୍ତି-୧କଟକ କ୍ରେଡିଟକୋ ଅପରେଟିଭ ବ୍ୟାଙ୍କ-୧, କୃଷକ ରେଜିଷ୍ଟ୍ରେସନ୍ -୨ ଓ କୃଷି ବିଭାଗ-୧ ଟି ଷ୍ଟଲ୍ ଖୋଲାଯାଇଥିଲା।ଅତିଥି ମାନେ ପ୍ରଦର୍ଶନୀ ଷ୍ଟଲ ପରିଦର୍ଶନ କରିଥିଲେ। ପ୍ରାଣୀ ସମ୍ପଦ ବିକାଶ-୪ ଜଣ ଓ ମତ୍ସ୍ୟ ବିଭାଗ ର-୪ ଜଣ ସଫଳ ଚାଷୀଙ୍କୁ ୧୦୦୦ ଟଙ୍କା ନଗଦ ରାଶି, ମେମେଣ୍ଟୋ ଓ ଉତ୍ତରୀୟ ସହ ପୁରସ୍କୃତ କରାଯାଇଥିଲା।ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ୨ ଜଣଙ୍କୁ Go-ahead letter୨ ଜଣଙ୍କୁ Subsidy letter୨ ଜଣକୁ insurance claim settlement letterପ୍ରଦାନ କରାଗଲା।ମତ୍ସ୍ୟ ବିଭାଗ ପକ୍ଷରୁ ୨ ଜଣଙ୍କୁ Go-ahead letter ପ୍ରଦାନ କରାଗଲା ।ପ୍ରାଣୀ ସମ୍ପଦ ବିକାଶ ବିଭାଗ ଷ୍ଟଲ୍ ରେ ୮ ଜଣ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ୧ ଜଣ ଫୋଡର ଇଣ୍ଟରପ୍ରିନିଓରସିପ ଯୋଜନା ପାଇଁ ଆବେଦନ କରିଥିଲେ ।ଶେଷ ରେ ବ୍ଲକ୍ କଳା ସଂସ୍କୃତି ସଂଘ ଅନୁବନ୍ଧିତ ଗ୍ରୁପ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଲା ପରିବେଷଣ କରାଯାଇଥିଲା।
