କନ୍ଧମାଳ ଜିଲ୍ଲା ମେଡିକାଲ କଲେଜ ନାମକୁ ମାତ୍ର ।

କନ୍ଧମାଳ , ଫୁଲବାଣୀ, କନ୍ଧମାଳ ଜିଲ୍ଲାରେ ସରକାର ତରବରିଆ ଭାବରେ କାର୍ଯ୍ୟସାରିବା ପୂର୍ବରୁ ମେଡିକାଲକଲେଜ ଉଦ୍ଧଘାଟନ କରିଛନ୍ତି ସତ କିନ୍ତୁ, ଏବେବି ମେଡିକାଲ କଲେଜର ଫାଟକ ସବୁବେଳେ ବନ୍ଦ ରହିଁଛି । କାହାରିକି ମଧ୍ୟ, ମେଡ଼ିକାଲ ର ଭିତରି ଭାଗକୁ ଛାଡ଼ୁ ନାହାନ୍ତି । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ୍ୟ ଛାଡୁଭିତରକୁ ଛାଡୁ ନାହାନ୍ତି । ଦୁଃଖ ପରିତ।ପର ବିଷୟ ଏହା କି ଯେ, ଏବେ ମଧ୍ୟ ଚିକିତ୍ସା ଚାଲିଛି ଫୁଲବାଣୀ ଡାକ୍ତର ଖାନାରେ । ଶତାଧିକ ରୋଗୀ ଅଲଟ୍ରାସାଉଣ୍ଡ ପାଇଁ ସୁଦୂର ଭଞ୍ଜନଗର, ବ୍ରହ୍ମହପୁର, ଭୁବନେଶ୍ୱର, ଏମ୍ସ ହସ୍ପିଟାଲ ଓ ଘରୋଇ କ୍ଲିନିକ କୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡୁଛି ବୋଲି ପିପୁଲସ ଫରମର ସଭାପତି ରାଧାମୋହନ ମହାପାତ୍ର, ଭଏସ ଅଫ ମିଡ଼ିଆ ର ସଭାପତି ଶିବାନନ୍ଦ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଜିଲ୍ଲା ପ୍ରେସ କ୍ଲବର ସଭାପତି ସୁନୀଲ କୁମାର ପଟ୍ଟନାୟକ, କ୍ଷିପ୍ର ନ୍ୟାୟିକ ମଞ୍ଚର ପ୍ରତିଷ୍ଠାତା ସଭ୍ୟ ମହମଦ ଜିଔଦ୍ଦିନ ଅହମଦ ଓ ଆଇନ ପରାମର୍ଶ ଦାତା ସୌମେନ୍ଦ୍ର କୁମାର ସାହୁ କ୍ଷୋଭ ପ୍ରକାଶ କରିଛନ୍ତି । ବିଜୟ କୃଷ୍ଣ ପଟ୍ଟନାୟକ ଗତପାଞ୍ଚ ବର୍ଷ ହେଲା ସିଡିଏମଓ ଙ୍କ ପାଖରେ ଦାବୀ କରି ଆସୁଛନ୍ତି । ଲୋକ ପ୍ରତିନିଧିମାନେ ମଧ୍ୟ ଅବଗତ ଅଛନ୍ତି କି ଅତୀତରେ ମନ୍ତ୍ରୀ ସାଂସଦ ଅଲଟ୍ରା ସାଉଣ୍ଡ, ଈସିଜି ଓ ୱାସିଙ୍ଗ ମେସିନ ପ୍ରଦାନ କରିଥିଲେ । ଗୋଡ଼ହାତ ଭାଙ୍ଗିଥିଲେ ଡାକ୍ତର ଖାନାରେ କେବଳ ଚିକିତ୍ସା କରାଯାଇ ବାହାରକୁ ରେଫର କରାଯାଉଛି । ଗର୍ଭବତୀ, ଗ୍ୟାଷ୍ଟ୍ରାଇଟ ରୋଗୀ ଙ୍କୁ ମଧ୍ୟ୍ୟ ରେଫର କରାଯାଉଛି । ତେବେ ତୁରନ୍ତ ଅଲଟ୍ର ସାଉଣ୍ଡ ଓ ଏମ ଆର ଆଇ ମେସିନ ଯୋଗାଇଦେବାକୁ ସ୍ୱାସ୍ଥ୍ୟ ବିଭାଗ ର ରାଜ୍ୟକତୃପକ୍ଷ ଙ୍କ ଠାରେ ଦାବୀ କରାଯାଇଥିବା କଥା ଶୁଣିବାକୁ ମୁଛି ।

Leave a Reply

Your email address will not be published. Required fields are marked *