ସରପଞ୍ଚଙ୍କୁ ଧନ୍ୟବାଦ ଦେଲେ ହିତାଧିକାରୀ ।

ହିଞ୍ଜିଳିକାଟୁ ୨୬/୦୯( ) ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗ୍ଯ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ବାଦ ପଡିଯାଇଥିବା ପରିବାରଙ୍କୁ ନୁତନ ଖାଉଟି କାର୍ଡ ବଣ୍ଟନ କରାଯାଇଆସୁଅଛି । ସେହିଭଳି ଗଞ୍ଜାମ ଜିଲ୍ଲା ହିଞ୍ଜିଳିବ୍ଳକ ଅନ୍ତର୍ଗତ ନନ୍ଦିକ ଗ୍ରାମପଞ୍ଚାୟତ କାର୍ଯ୍ଯାଳୟ ପରିସରରେ ନୁତନ ରାସନକାର୍ଡ ବଣ୍ଟନ କରି ଚାଉଳ ପ୍ରଦାନ କରାଯାଇଛି । ଖବରମୁତାବକ ବହୁ ଦିନରୁ ଗାଁ ଭୋଟ ରାଜନୀତିର ବାଦ ବିବାଦ ଯୋଗୁଁ ସରକାରୀ ଯୋଜନାରୁ ବହୁ ସଂଖ୍ୟକ ଗରିବ ଗୁରୁବା ପରିବାରଙ୍କୁ ବଳି ପକାଇ ଦିଆଯିବା ଗ୍ରାମାଞ୍ଚଳରେ ଶୁଣିବାରେ ମିଳେ । ଯାହା ଫଳରେ ବହୁ ସରକାରୀ ଯୋଜନାରୁ ବଞ୍ଚିତ ରହିଆସୁଥିଲେ ଯୋଗ୍ୟ ବ୍ୟକ୍ତି । ସେହିପରି ବାଦ ପଡିଯାଇଥିବା ଗରିବ ପରିବାରଙ୍କୁ ସରକାରୀ ଯୋଜନାରେ ସାମିଲ କରାଇ ନୁତନ ରାସନକାର୍ଡ ବଣ୍ଟନ କରିଥିବା ନେଇ ଖୁସି ହୋଇ ସରପଞ୍ଚ କୃଷ୍ଣଚନ୍ଦ୍ର ଭୋଳଙ୍କୁ ହିତାଧିକାରୀମାନେ ଧନ୍ୟବାଦ ଜଣାଇଛନ୍ତି ।

ଦଳମତ ନିର୍ବିଶେଷରେ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରିବା ଏବଂ ସରକାରଙ୍କ ସମସ୍ତ ପ୍ରକାର ଯୋଜନାରେ ସାମିଲ କରାଯିବା ନେଇ ମୋର ପ୍ରଧାନ କର୍ତ୍ତବ୍ୟ ସମ୍ବନ୍ଧରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପିଇଓ ଶିବ ଶଙ୍କର ମଲ୍ଲିକ , ଯୋଗାଣ ସହାୟକ ରୋହିତ ପରିଡା ,ସମିତିସଭ୍ଯା ପ୍ରତିନିଧି ଅନିଲ ପରିଡା ,ଅଜୟ ଭୋଳ, ତ୍ରିଲୋଚନ ଭୋଳ, କୃଷ୍ଣ ସାହୁ ,ଆଲୋକ ପରିଡା ସମତେ ଉପସ୍ଥିତ ବେଳେ ମାନିନୀ ବେହେରା ,ପିଙ୍କି ଭୋଳ ପ୍ରମୁଖ ହିତାଧିକାରୀମାନେ ନୂତନ ରାସନକାର୍ଡ ପାଇଥିବା ନେଇ ସରପଞ୍ଚ କୃଷ୍ଣ ଚନ୍ଦ୍ର ଭୋଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *