ବଡ ମେଡିକାଲକୁ ୩୨ ତମ ମୃତ୍ୟୁପରେ ଶରୀର ଦାନ

ବ୍ରହ୍ମପୁର ତା୨୬.୧୦. ୨୦୨୫ ତାରିଖରେ ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜର ଏନାଟାମି ବିଭାଗକୁ ମର୍ତ୍ୟୁପରେ ୩୨ ତମ ଶରୀର ଦାନ ସୂତ୍ରରେ ମିଳିଛି। ବ୍ରହ୍ମପୁର ସହରର ଶାନ୍ତି ନଗର ନିଵାସୀ ୫୫ ବର୍ଷୀୟା କେ.ଭାଗ୍ୟଲକ୍ଷ୍ମୀ ଗତକାଲି ରାତି 9 ଘଣ୍ଟା ସମୟରେ ମୃତ୍ୟୁବରଣ କରିଛନ୍ତି। ତାଙ୍କର ଦୁଇ ଭଉଣୀ କେ.ଭବାନୀ ଭିଳାଇରେ ଓ ବୀଣା ବେଙ୍ଗାଲୁରରେ ରହୁଛନ୍ତି।ସେମାନଙ୍କ ସହମତିରେ ମାନବବ୍ଆଦି ହେତୁବାଦୀ ସଂଗଠନ, ଗଂଜାମ ଜିଲ୍ଲା ଶାଖା ଓ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ବ୍ରହ୍ମପୁରର ସଭ୍ୟଙ୍କ ପ୍ରେରଣାରେ ଭାଗ୍ୟଲଷ୍ମୀଙ୍କ ମୃତଶରୀର ଆଜି ୧୧ଘଣ୍ଟା ସମୟରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହବିଦ୍ୟାଳୟରଆନାଟାମି ବିଭାଗର ମୁଖ୍ୟ ପ୍ରଫେସର ଜାମି ସାଗର ପୃଷ୍ଠଙ୍କୁ ହସ୍ତାନ୍ତର କରାଗଲା। ଏହା ମେଡିକାଲର ଛାତ୍ରୀ/ଛାତ୍ରଙ୍କ ପାଠ ପଢା ଓ ଗବେଷଣା ପାଇଁ ନିୟୋଜିତ କରାଯିବ।

ପ୍ରତି ବର୍ଷ ପ୍ରଥମ ବର୍ଷର ୧୦ ଜଣ ଛାତ୍ରମାନଙ୍କ ପାଇଁ ଗୋଟିଏ ମୃତ ଶରୀରର ଆବଶ୍ୟକତା ରହିଥିବା ଓ ମାନବବାଦୀ ହେତୁବାଦୀ ସଂଗଠନପରି ଅନ୍ୟାନ୍ୟ ସଂଗଠନର ଏହି କାର୍ଯ୍ୟପାଇଁ ଅବଦାନ ପ୍ରଶଂସନୀୟ ବୋଲି ପ୍ରଫେସର ପୃଷ୍ଠି ଜହିଥିଲେ।ଏହିକାର୍ଯ୍ୟକ୍ରମରେ ମାନବବାଦୀ ହେତୁବାଦୀ ସଂଗଠନର ସମ୍ପାଦକ କେ.ନନ୍ଦେଷୁ ସେନାପତି, ଉପ ସଭାପତି କିଶୋର ଚନ୍ଦ୍ର ମିଶ୍ର, ସୁନେଜ କୁମାର ପାଣିଗ୍ରାହୀ, ଜମ୍ମୁଲା ସୁରେଶ, ଡି.ମୋହନ ରାଓ, କେ.ବାସବା ରାଜୁ, ପ୍ରତାପ ପ୍ରଧାନମାନବ ଅଧିକାର ବିକାଶ ମଂଚର ଅଧ୍ୟକ୍ଷ ଅବନୀ ଗୟା, ଶ୍ୟାମ ସୁନ୍ଦର ଖାଡଙ୍ଗା, ଫ୍ରେଣ୍ଡ ହେଲପିଙ୍ଗ କ୍ଳବର କେ.ନାଗେଶ୍ୱର ରାଓଓ ବନ୍ଧୁ କେ.ଶାରଦା ସେନାପତି, ଏସ.ହରିକା, ଏହି ମହତ କାର୍ଯ୍ୟରେ ଯୋଗଦେଇଥିଲେ।କେ.ନନ୍ଦେଷୁ ସେନାପତି, ସମ୍ପାଦକ, ମାନବବାଦୀ ହେତୁବାଦୀ ସଂଗଠନ, ଗଂଜାମ l

Leave a Reply

Your email address will not be published. Required fields are marked *